ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର

ଭୁବନେଶ୍ବର(କେନ୍ଯୁଜ୍): ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ସତର୍କ ସଙ୍କେତ ୯.୪୬ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ବୃଦ୍ଧି ପାଇ ୯.୬୮ ମିଟର ପ୍ରବାହିତ ହେଉଛି ।

ସେପଟେ ଜଳକା ନଦୀର ବି ଜଳସ୍ତର ବୃଦ୍ଧି ପାଉଛି। ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ୬.୬୩ ମିଟରରେ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ଅବସ୍ଥାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ।

Leave A Reply

Your email address will not be published.