୭୧ତମ ବରଗ଼ଡ ଧନୁଯାତ୍ରାର ଆଜି ଆଦ୍ୟପର୍ବ, ସଂଧ୍ୟା ୭ଟାରେ ସ୍ଥାପନ ହେଲା ଯାତ୍ରାର ଶୁଭଖୁଣ୍ଟି

ବରଗଡ(କେନ୍ୟୁଜ୍): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଦ୍ୟପର୍ବ ଆରମ୍ଭ । ରୀତିନୀତି ଅନୁସାରେ ଆଜି ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ଆଜି ସନ୍ଧ୍ୟାରେ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାପରେ ହାଟପଦା ସଂଚାର ମଣ୍ଡଳିରେ ପହଞ୍ଚିଥିଲା ଶୋଭାଯାତ୍ରା। ସେଠାରେ ରାଜପୁରରୋହିତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଚଳିତବର୍ଷ ଡିସେମ୍ବର ୩୧ତାରିଖରୁ ଜାନୁଆରି ୧୦ତାରିଖ ଯାଏ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ରାଜ ପୁରୋହିତଙ୍କ ପରାମର୍ଶ ଅନୁସାରେ ଧନୁଯାତ୍ରା ମହୋତ୍ସବର ସଫଳ ଆୟୋଜନ ପାଇଁ ପ୍ରତିବର୍ଷ ମାର୍ଗଶିର ଶୁକ୍ଲ ପଞ୍ଜମୀ ତିଥିରେ ଶୁଭଖୁଣ୍ଟି ସ୍ଥାପନ ହୋଇଥାଏ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.