ପୁଣି ଆସିବ ସୁଭଦ୍ରା ଗାଇଡଲାଇନ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପୁଣି ଆସିବ ସୁଭଦ୍ରା ଗାଇଡଲାଇନ । ଅଯୋଗ୍ୟଙ୍କୁ ସାମିଲ ପାଇଁ ଗାଇଡଲାଇନ ଆସିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂଆ ଗାଇଡଲାଇନ ଆଣିବା ପାଇଁ ଆଜି ଦିନ ୩ଟାରେ ବସିବ ବୈଠକ । ୨ ଲକ୍ଷ ୬୭ ହଜାରଙ୍କ ଆବେଦନ ଖାରଜ ହୋଇଛି ।
ବୈଠକରେ ଖାରଜ ଲିଷ୍ଟ ଉପରେ ଆଲୋଚନା କରାଯିବ। ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟିରୁ ଅଧିକ ମହିଳା କରିଛନ୍ତି ଆବେଦନ ।
ସୁଚନା ଅନୁସାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ , ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ । ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା । ଡବଲ ଇଂଜିନ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ ।