ଆଜି ଆସିବ ସୁଭଦ୍ରା ଟଙ୍କା, ୨୦ ଲକ୍ଷ ମହିଳା ପାଇବେ ଟଙ୍କା
ଆଜି ଆସିବ ସୁଭଦ୍ରା ଟଙ୍କା । ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୨୦ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା । ଏହାସହ ବାଦ ପଡିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ଯୋଗ୍ୟ ତାଲିକାରେ ସାମିଲ ହୋଇଛନ୍ତି । ସେମାନଙ୍କୁ ମଧ୍ୟ ଆଜି ସୁଭଦ୍ରା ଟଙ୍କା ମିଳିବ । ଅନ୍ୟମାନଙ୍କ ଯୋଗ୍ୟତାର ଯାଞ୍ଚ ଚାଲିଛି। ଫିଜିକାଲ ଭେରିଫିକେସନ୍ ହେବ ।
ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ। ସେହିପରି ୫ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ । ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ। ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।