ସୁଭଦ୍ରା ଟଙ୍କା ଆସିନଥିଲେ ହୁଅନ୍ତୁ ନାହିଁ ବ୍ୟସ୍ତ, ଏଣିକି ସରକାରୀ ଅଧିକାରୀ ଘରକୁ ଯାଇ ସମସ୍ୟାର କରିବେ ସମାଧାନ

ନଭେମ୍ବର ୨୪ରେ ମିଳିଲା ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆକାଉଣ୍ଟକୁ ଆସିଲା କିସ୍ତି । ବାଦ ପଡ଼ିଥିବା ଆବେଦନକାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ସାମିଲ୍ ହୋଇଛନ୍ତି । ଯେଉଁ ମହିଳା ମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କର ଯୋଗ୍ୟତା ଓ ଫିଜିକାଲ ଭେରିଫିକେସନର ଯାଞ୍ଚ ଚାଲିଛି । ସେମାନେ ଡିସେମ୍ବରରେ ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି ୫ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ରହିଛି । ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ। ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ। ଯେଉଁ ମହିଳା ମାନେ ଟଙ୍କା ପାଇ ନାହାନ୍ତି ସେମାନଙ୍କ ନିକଟରେ ପହଞ୍ଚି ସମସ୍ୟା ଦୂର କରିବେ।

ଏହା ମଧ୍ୟ କହିଛନ୍ତି ଯେ ସରକାରୀ ଅଧିକାରୀଙ୍କ ଜରିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତଙ୍କୁ ଟଙ୍କା ଯୋଗାଇବା ପାଇଁ ଯୋଜନା ଚାଲିଛି । ଏହି ଅଧିକାରୀ ମାନେ ସୁଭଦ୍ରା ଯୋଜନା ସହ ମୋବାଇଲ ଓ ଆଧାର ଲିଙ୍କ କରି ସେମାନଙ୍କ ଆକାଉଣ୍ଟକୁ ଟଙ୍କା କିପରି ଆସିବ ତାହାକୁ ଆକ୍ଟିଭ କରିବେ । ତଥ୍ୟ ମୁତାବକ ୭.୬୮ ଆବେଦନକାରୀ ବିଭିନ୍ନ ଟେକ୍ନିକାଲ କାରଣରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି । ଏହି ଯୋଜନାରେ ୮୦.୪୫ ଲକ୍ଷ ଲାଭାର୍ଥୀଙ୍କୁ ଏଯାଏଁ ସୁଭଦ୍ରା ଟଙ୍କା ଯୋଗାଇ ଏକ ମାଇଲ ଖୁଣ୍ଟ ସ୍ଥାପନ କରାଯାଇଥିବା ବେଳେ ପ୍ରାୟ ୫.୬ ଲକ୍ଷଙ୍କ ଆବେଦନ ପେଣ୍ଡିଂ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

 

 

 

You might also like