ସୁଭଦ୍ରା କଲ୍ ସେଣ୍ଟର ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ, ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ଜଣାଇପାରିବେ ସମସ୍ୟା

ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଯାହା ଫଳରେ ସନ୍ଦେହ ଦୂର କରିପାରିବେ ଲୋକେ । ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ମହିଳାମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ । ତେବେ ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସେପ୍ଟେମ୍ୱର ୧୭ ପରେ ମିଳିବ ସୁଭଦ୍ରା ଟଙ୍କା । ଫର୍ମ ଦାଖଲ କୌଣସି ଶେଷ ତାରିଖ ନାହିଁ । ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଆବେଦନକାରୀଙ୍କ ପାଖରେ ଉପଲବ୍ଧ କରାଇଛନ୍ତି ସୁଭଦ୍ରା ଫର୍ମ। କିଛି ଜନସେବା କେନ୍ଦ୍ରରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି।

ସେମାନଙ୍କଠାରୁ ଫର୍ମ ନେଇ ପୂରଣ କରି ଜନସେବା କେନ୍ଦ୍ରରେ ଦାଖଲ କରିବେ। ଏଥିପାଇଁ ସାଥିରେ କେବଳ ଆଧାର ଆଣିବାକୁ ପଡ଼ିବ। ମୋବାଇଲ ନମ୍ବର, ଆଙ୍ଗୁଠି ଛାପ, ମୁହଁ କିମ୍ବା ଆଖି ଡୋଳା ଭଳି ୪ଟି ବିକଳ୍ପରେ ହୋଇପାରିବ ଆଧାର ଅଥେଣ୍ଟିକେସନ। ତେଣୁ ଆଧାର ଅପଡେଟ୍‌ କରାଇବା ଲାଗି ମଧ୍ୟ ଲୋକମାନେ ଜନସେବା କେନ୍ଦ୍ରରେ ଅଯଥା ଭିଡ଼ ଲଗାନ୍ତୁ ନାହିଁ। ଅନେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇ ସୁଭଦ୍ରା ଯୋଜନା ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି।

ଆବେଦନ କରିବାକୁ କମନ ସର୍ଭିସ ସେଣ୍ଟରକୁ ଆସୁଥିବା ଆବେଦନକାରୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଏପରିକି ଅପହଂଚ ଇଲାକାରେ ବି ପହଂଚିବ କମନ ସର୍ଭିସ ସେଣ୍ଟର । ରାଜ୍ୟରେ ଯେଉଁ ସ୍ଥାନରେ ସିଏସସି ସେଣ୍ଟର ନାହିଁ ସେସବୁ ସ୍ଥାନରେ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ବତନ୍ତ୍ର ସୁଭଦ୍ରା ଆପ୍ଲାଏ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.