ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା : ଉପ ମୁଖ୍ୟମନ୍ତ୍ରୀ

ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା ।  ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି  ମିଳିବ ।  ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ଟଙ୍କା  ।  ଗୁରୁତ୍ୱପୂର୍ଣ୍ଣ ସୁଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।   ଏପର୍ଯ୍ୟନ୍ତ ୧ କୋଟି ୫୦ ହଜାର ମହିଳା ରେଜିଷ୍ଟ୍ରେସନ କରିଲେଣି ।  ୨ୟ ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।

ଖୁବ୍ ଶିଘ୍ର ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ସେ ଆହୁରି କହିଛନ୍ତି, ଏନପିସିଆଇ କ୍ଲିୟରାନ୍ସ ପରେ ଆଜି ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିଛୁ। କୌଣସି ଯୋଗୂ ହିତାଧିକାରୀଙ୍କ ଅବେଦନପତ୍ର ଖାରଜ କରାଯିବ ନାହିଁ ।

You might also like