ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍, ବୟସ ସୀମା ୨୧ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ : ଏଠାରେ ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର : ଆସିଲା ‘ସୁଭଦ୍ରା’ ଯୋଜନା ଗାଇଡଲାଇନ୍  । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ।  ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ । ବୟସ ସୀମା ୨୧ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ ହୋଇଥିବ । ଆଧାରକାର୍ଡ଼ ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଗ୍ରହଣ ହେବ । ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । କାର୍ଯ୍ୟକାରିତାକୁ ତଦାରଖ ପାଇଁ ଗଠନ କରାଯିବ କମିଟି। ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ ଓ ଉନ୍ନୟନ କମିଶନର ଉପାଧ୍ୟକ୍ଷ ରହିବେ । ଜିଲ୍ଲାସ୍ତରରେ ଓ ବ୍ଲକ ସ୍ତରରେ ତଦାରଖ କମିଟି ଗଠନ କରାଯିବ । ସହରାଞ୍ଚଳସ୍ତରୀୟ ଯାଞ୍ଚ କମିଟି ମଧ୍ୟ ଗଠନ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ମାଗର୍ଦଶିକାରେ କେଉଁମାନେ ହିତାଧିକାରୀ ସାମିଲ ହୋଇପାରିବେ । କେଉଁମାନେ ଆବେଦନ କରିବେ ତାହା ସ୍ପଷ୍ଟ କରାଯାଇଛି।

କେଉଁମାନେ ଆବେଦନ କରିବେ-

୧. ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ
୨.ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀଙ୍କ ବୟସ ୨୧ ବର୍ଷ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବ
୩. ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଅନ୍ତିମ ତାରିଖ ଭାବେ ଗ୍ରହଣ କରାଯିବ
୪. ଆବଦେନକାରୀଙ୍କ ଜନ୍ମ ତାରିଖ ୨.୦୭.୧୯୬୪ ପୂର୍ବରୁ କିମ୍ବା୧.୦୭.୨୦୦୩ ପରେ ହେବା ଉଚିତ୍ ନୁହେଁ ବୋଲି ମାଗଦର୍ଶିକାରେ କୁହାଯାଇଛି। ସୁଭଦ୍ରା ଯୋଜନାରେ ସମ୍ପୂର୍ଣ୍ଣ ମାଗଦର୍ଶିକା ଆସିବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

କେଉଁମାନେ ଯୋଜନାରୁ ବାଦ୍ ପଡ଼ିବେ –

୧. ୨୧ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ହୋଇଥିଲେ ମହିଳା ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ ।
୨.କୌଣସି ମହିଳା ମାସକୁ ୧୫୦୦ ଟଙ୍କା ସରକାରୀ ସହାୟତା କିମ୍ବା ତାଠାରୁ ଅଧିକ କିମ୍ବା
ବାର୍ଷିକ ମୋଟ ୧୮ହଜାର ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର
ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ
କରୁଥିଲେ ଯୋଗ୍ୟ ବିବେଚିତ ହେବେ ନାହିଁ ।
୩. ବର୍ତ୍ତମାନର ସାଂସଦ, ବିଧାୟକ କିମ୍ବା ପୂର୍ବତନ ହୋଇଥିଲେ ସେ କିମ୍ବା ତାଙ୍କ ପରିବାର ସଦସ୍ୟ ଏଥିରେ ସାମିଲ ହୋଇପାରିବେ ନାହିଁ।
୪.ଆୟକର ଦେଉଥିଲେ ଅଯୋଗ୍ୟ ହେବେ ।
୫.ୱାର୍ଡ ମେମ୍ବର, କାଉନସିଲରକୁ ବାଦ୍ ଦେଲେ ସହରାଞ୍ଚଳର ସ୍ବାୟତ୍ତ ଶାସନ ସଂସ୍ଥା କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧି ହୋଇଥିଲେ ବାଦ୍ ପଡିବେ।
୬.କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା କାର୍ଯ୍ୟ କରୁଥିଲେ କିମ୍ବା ପେନସନ ପାଉଥିଲେ ବାଦ୍ ପଡିବେ। କିନ୍ତୁ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ କର୍ମଚାରୀଏହି ଯୋଜନାରେ ସାମିଲ ହୋଇପାରିବେ।
୭. କୌଣସି ସରକାରୀ ବିଭାଗ, ଅଣ୍ଡରଟେକିଂ, ବୋର୍ଡରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ମନୋନଗୀତ ପ୍ରତିନିଧି ହୋଇଥିଲେ ବାଦ୍ ପଡିବେ।
୮. ଆବେଦନକାରୀର ପରିବାରର ଜଳସେଚିତ ଜମିର ପରିମାଣ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିଲେ ସାମିଲ ହୋଇପାରିବେ ନାହିଁ।
୯. ଟ୍ରାକ୍ଟର , ମିନି-ଟ୍ରକ, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ଯ ହାଲୁକା
ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ହୋଇଥିଲେ ବାଦ୍ ପଡିବେ ।
୧୦. ରାସନକାର୍ଡ ନଥିଲେ ଆବଦେନ କରିପାରିବେ। କିନ୍ତୁ ସେମାନଙ୍କର ପରିବାର ଆୟ ଅଢେଇ ଲକ୍ଷରୁ ଅଧିକ ଥିବ।

ସମସ୍ତ ଯୋଗ୍ୟ ମହିଳା ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବା ଆବଶ୍ୟକ । ଉଭୟ ଅଫଲାଇନ ଓ ଅନଲାଇନରେ ଆବେଦନ କରିହେବ। ଅଙ୍ଗନଓାଡି କେନ୍ଦ୍ର, ବ୍ଲକ୍ , ମୋ ସେବା କେନ୍ଦ୍ର ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ । ଆବେଦନକାରୀ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର /ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବାକୁ ପଡିବ। ସମସ୍ତ ଆବେଦନକାରୀ ଇ-କେୱାଇସି କରିବେ। ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ଗଠନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like