ରାଜ୍ୟ

ଏଣିକି ପାଠ ପଢିବେ ସୁଭଦ୍ରା, ତେରଣ୍ଟି ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଲେଖା ହେଲା ନାମ

କରଞ୍ଜିଆ(କେନ୍ଯୁଜ୍): ଆଜି ତେରଣ୍ଟି ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଲେଖା ହୋଇଛି ସୁଭଦ୍ରାଙ୍କ ନାଁ । ଏଣିକି ସୁଭଦ୍ରା ନିୟମିତ ସ୍କୁଲ୍‍ ଯିବେ ଓ ପାଠ ପଢ଼ିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି । କୌଣସି ପିଲା ଅର୍ଥାଭାବରୁ ଯେଭଳି ଶିକ୍ଷାରୁ ବଞ୍ଚିତ ନ ହୁଏ ସେଥିପାଇଁ କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଯତ୍ନଶୀଳ ରହିଆସିଛି । ଅସମୟରେ ଏହି ସହଯୋଗ ପାଇଁ ସୁଭଦ୍ରା ଓ ତାଙ୍କ ପରିବାର କିସ୍‍ ଫାଉଣ୍ଡେସନ୍‍ ତଥା ସାଂସଦ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

ସୂଚନା ଥାଉକି, ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍‍ ତେରଣ୍ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେରଣ୍ଟି ଗ୍ରାମର ଦିବ୍ୟାଙ୍ଗ ଛାତ୍ରୀ ସୁଭଦ୍ରା ଗୁମଜିରାଙ୍କ ସଂଘର୍ଷମୟ ଜୀବନ ବିଷୟରେ ଖବର ପ୍ରସାରଣ ହେବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୁ ଆସିଥିଲା । ସୁଭଦ୍ରାଙ୍କ ସଂପର୍କରେ ଜାଣିବା ପରେ ତୁରନ୍ତ ଶ୍ରୀ ସାମନ୍ତ ନିଜ କର୍ମଚାରୀଙ୍କ ଜରିଆରେ ସୁଭଦ୍ରାଙ୍କ ପରିବାର ସହ ଯୋଗାଯୋଗ କରି ସେ ଯେତେ ପର୍ଯ୍ୟନ୍ତ ପାଠ ପଢ଼ିବେ ତାର ସମସ୍ତ ଖର୍ଚ୍ଚ କିସ୍‍ ଫାଉଣ୍ଡେସନ୍‍ ବହନ କରିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସୁଭଦ୍ରାଙ୍କୁ ତୁରନ୍ତ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମାସିକ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

କିଛି ବର୍ଷ ତଳେ ସୁଭଦ୍ରାଙ୍କ ବାପା ମୃତ୍ୟୁବରଣ କରିଛନ୍ତି । ବାପାଙ୍କ ମୃତ୍ୟୁ ପରେ ମାଆ ମୂଲ ଲାଗି ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଭାବେ ଜନ୍ମ ଗ୍ରହଣ କରିଥିବା ସୁଭଦ୍ରାଙ୍କ ପାଠ ପଢ଼ା ପ୍ରତି ଯଥେଷ୍ଟ ଆଗ୍ରହ ରହିଛି । ସେ ସ୍କୁଲ୍‍ ମଧ୍ୟ ଯାଉଥିଲେ । ତେବେ ନିଜେ ଚାଲି ଚାଲି ସ୍କୁଲ୍‍ ପର୍ଯ୍ୟନ୍ତ ଯିବାକୁ ସକ୍ଷମ ନଥିବା ସୁଭଦ୍ରାଙ୍କ କିଛି ବର୍ଷ ହେବ ପାଠ ଛାଡି ଦେଇଥିଲେ । ଖାସ ଏଥିପାଇଁ ଏକ ତିନି ଚକିଆ ସାଇକଲ୍‍ ପ୍ରଦାନ କରିବା ପାଇଁ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି ।

 

Sonalisa

Recent Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

58 mins ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

2 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

3 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

3 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

3 hours ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

4 hours ago