ସୁଭଦ୍ରା ପାଇଁ ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ଗଞ୍ଜାମ ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନ ରଥ

ପୁରୁଷୋତ୍ତମପୁର : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି । ସୁଭଦ୍ରା ଯୋଜନା ସମ୍ପର୍କିତ ଲୋକ ମାନଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଦୁର କରିବା ସହିତ ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକ ପରିସରରେ ମଧ୍ୟ ଗଡିଲା ସୁଭଦ୍ରା ଯୋଜନା ସଚେତନ ରଥ। ପୁରୁଷୋତ୍ତମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ,ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା,ଏନ୍.ଏ.ସି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା,ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ସଚେତନ ରଥ।

ଦେଶର ପ୍ରତ୍ୟେକ ମହିଳା ନିଜକୁ ସ୍ୱାବଲମ୍ବୀ କରିବା,ଘରେ ଘରେ କିପରି ପହଞ୍ଚିବ ସୁଭଦ୍ରା ଯୋଜନାରେ କିପରି ୫ବର୍ଷରେ ୫୦ହଜାର ଅର୍ଥ ରାଶି ପହଁଞ୍ଚିବ ଏପରି ଅନେକ ବାର୍ତ୍ତା ଦେଇଥିଲେ । ଏହା ସହ ସ୍ୱଚ୍ଛ ସର୍ବେକ୍ଷଣର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ଶୋଭାଯାତ୍ରା ବାହାରି ପ୍ରତ୍ୟେକ ୱାର୍ଡ ପରିଭ୍ରମଣ କରିଥିଲା । ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ସଦସ୍ୟ ଅରୁଣ ପଣ୍ଡା,ସିଡ଼ିପିଓ ଲଳିତା ମଲ୍ଲିକ,ବ୍ଲକ ର ସମସ୍ତ ସରପଞ୍ଚ,ସମିତିସଭ୍ୟ, ଏନ.ଏ.ସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like