ମାର୍ଚ୍ଚ ମାସ ସୁଦ୍ଧା ୨୧ ବର୍ଷରେ ପାଦ ଦେଇଥିବା ଝିଅମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା : ଉପ ମୁଖ୍ୟମନ୍ତ୍ରୀ

ଯେଉଁମାନେ ସୁଭଦ୍ରା ଟଙ୍କା ଏପର୍ଯ୍ୟନ୍ତ ପାଇଁ ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ଟଙ୍କା ପାଇଁ ବ୍ୟାଙ୍କରେ ପ୍ରବଳ ଭିଡ ଲାଗିଥିବା କଥା ଉପ ମୁଖ୍ୟମନ୍ତ୍ରୀ କହିଥିଲେ । ମାର୍ଚ୍ଚ ବେଳକୁ ଯୁବତୀ ଯଦି ୨୦ ବୟସରୁ ୨୧ ବୟସରେ ପାଦ ଦେଇଥିବେ ତାହେଲେ ସେ ବି ଆବେଦନ କଲେ ଟଙ୍କା ପାଇଯିବେ ବୋଲି କହିଛନ୍ତି ।  ପ୍ରଥମ କିସ୍ତିର ଶେଷ ଦିନ ହେବ ମାର୍ଚ୍ଚ ୭ ।  ମାର୍ଚ୍ଚ ୮ରେ ଦ୍ଵିତୀୟ କିସ୍ତି ଦିଆହେବ ।  ବ୍ୟସ୍ତ ନହେବା ପାଇଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

ଯେଉଁ ମାନେ ସୁଭଦ୍ରା ଟଙ୍କା ପାଇଁ ନାହାନ୍ତି ସେମାନଙ୍କ ପାଖକୁ ଯାଇ ଖୋଦ ଉପ ମୁଖ୍ୟମନ୍ତ୍ରୀ ଯାଇ ସୁଭଦ୍ରା ଟଙ୍କା ଦେବେ ବୋଲି କହିଛନ୍ତି ।  ଆଧାର ଆଉ ରାସନ କାର୍ଡରେ ମ୍ୟାଚିଂ ନାହିଁ । ଠିକସେ ଦେଖିକି ଭେରୀ ଫାଏ କରିଦେବା ପାଇଁ କହିଛନ୍ତି ।  ଏବେ ରେଜିଷ୍ଟ୍ରେସନ କଲେ ବି ଫେବୃଆରୀରେ ପାଇବେ ।  କୋଟିଏ ଚାରି ଲକ୍ଷ୍ୟ ହିତାଧିକାରୀ ରେଜିଷ୍ଟ୍ରେସନ କରିଥିଲେ ।  ଏବେ ସୁଧା ୮୦ ଲକ୍ଷ ୪୬ ହଜାର ମହିଳାଙ୍କୁ ଟଙ୍କା ମିଳିସାରିଛି ।

ବାକି ଆବେଦନକାରୀଙ୍କ ଫିଜିକାଲ ଭେରୀଫିକେଶନ ପାଇଁ ବ୍ଲକ ସ୍ତରରେ କୁହାଯାଇଛି ।  ଅଯୋଗ୍ୟ ହେଇଯାଇଥିବା ୨ଲକ୍ଷ ୬୭ ହଜାର ଅଯୋଗ୍ୟ ଆବେଦନକାରୀଙ୍କ ପ୍ରାୟ ଜିଲ୍ଲାରେ ବିଭାଗୀୟ ଅଧିକାରୀ ରିଭିୟୁ କରି୨୨ ପ୍ରତିଶତ ଅସୁବିଧା ଦୂର କରାଇପାରିଛନ୍ତି ।  ବଣ୍ଡା ଘାଟିରେ ୧୭୧୧ ଜଣ ମହିଳାଙ୍କ ଭିତରୁ ୫୭୨ଜଣ ସୁଭଦ୍ରା ପାଇସାରିଲେଣି । ବାକି ଥିବା ଅନ୍ୟମାନନଙ୍କର ଫିଜିକାଲ ଭେରୀଫିକେଶନ ହେଲେ ସେମାନେ ପାଇବେ । ଏନେଇ ବିଭାଗୀୟ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି  ।

You might also like