କଣିହାଁରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ମହିଳାଙ୍କ ମନରେ ଉତ୍ସାହ

କଣିହାଁ : ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହିତ ସାରା ରାଜ୍ୟରେ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ସୁଭଦ୍ରା ଯୋଜନା ଆରମ୍ଭରେ ମାଆମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ଓଡ଼ିଶାର ମାଆମାନଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ରଖି ଆଜି ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ଶୁଭ ଆରମ୍ଭ କରିଥିବାରୁ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ ମହାନ୍ତି, କଣିଁହା ତହସିଲଦାର ଚିନ୍ମୟ ଦାସ, ବିଡିଓ ଦେବଦତ୍ତ ପ୍ରଧାନ ପ୍ରମୁଖଙ୍କ ସହ ବହୁ ମହିଳା ଯୋଗଦେଇଥିଲେ ।

You might also like