ଆଜି ମିଳିବ ‘ସୁଭଦ୍ରା’ର ଷଷ୍ଠ ପର୍ଯ୍ୟାୟ ଟଙ୍କା, ଏକାସାଙ୍ଗରେ ଆସିବ ଦୁଇଟି କିସ୍ତି

ଆଜି ମିଳିବ ‘ସୁଭଦ୍ରା’ର ଷଷ୍ଠ ପର୍ଯ୍ୟାୟ ଟଙ୍କା । ପଞ୍ଚାୟତିରାଜ ଦିବସରେ ପୁରୀଠାରେ ସୁଭଦ୍ରା ଟଙ୍କା ଦେବେ ସରକାର । ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ଏହି ଘୋଷଣା କରିଛନ୍ତି । ୧ ଲକ୍ଷ ୭୦ ହଜାର ମହିଳା ପାଇବେ ସୁଭଦ୍ରା ଟଙ୍କା । ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ । ପୁରୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏହି ଟଙ୍କା ପ୍ରଦାନ କରାଯିବ । ପଞ୍ଚାୟତିରାଜ ଦିବସରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିର ଟଙ୍କା ଆସିବ । ସେମାନେ ଏକ ସମୟରେ ୧୦ ହଜାର ଟଙ୍କା ପାଇବେ ।

ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା। ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି।

 

 

ଆହୁରି ପଢ଼ନ୍ତୁ :  ଅଙ୍ଗନବାଡି ସୁପରଭାଇଜର ପାଇଁ ଯୋଗ୍ୟତା ରହିବ ଗ୍ରାଜୁଏସନ, କ୍ୟାବିନେଟ ବୈଠକର ନିଷ୍ପତି