ବିକଶିତ ଓଡ଼ିଶାର ମୂଳ ପିଣ୍ଡ ହେବ ସୁଭଦ୍ରା ଯୋଜନା: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ବିକଶିତ ଓଡ଼ିଶାର ମୂଳ ପିଣ୍ଡ ହେବ ସୁଭଦ୍ରା ଯୋଜନା । ୨୦୨୫ ସୁଭଦ୍ରାର ବର୍ଷ ହେବ । ଚଳିତ ବର୍ଷ ୩ଥର ମାଆ ମାନେ ସୁଭଦ୍ରା ଟଙ୍କା ପାଇବେ । ଆମ ପାଖରେ କିଛି ଚ୍ୟାଲେଞ୍ଜ ନାହିଁ । ଯେତେବେଳେ ଯେଉଁ ସମସ୍ୟା ସାମ୍ନାକୁ ଆସିବ, ତାକୁ ସମାଧାନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଲୋକଙ୍କ ସମସ୍ୟା ସରକାରଙ୍କ ସମସ୍ୟା । ସବୁ ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ ଆମେ ସରକାରକୁ ଆସିଛୁ । ସାଧାରଣ ଲୋକ ମାନେ ଦେଇଥିବା ଦାୟିତ୍ୱକୁ ତୁଲାଇବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ଆମ ସରକାରରେ ପ୍ରତିଶ୍ରୁତି ନୁହେଁ, ପ୍ରତିବଦ୍ଧତା ।

୨୦୨୫ରେ ଉତ୍କର୍ଷ ଓଡ଼ିଶାର ମୂଳଦୁଆ ପଡ଼ିବ । ଇଂରାଜୀ ନବ ବର୍ଷର ପ୍ରଥମ ମାସ ବହୁତ ଘଟଣା ବହୁଳ ହେବ । କଥାରେ ନୁହେଁ, କାମରେ କରି ଦେଖାଇବୁ । ଟୁରିଜିମ୍ ହବ୍ ହେବ ଓଡିଶା। ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ନମ୍ବର ସ୍ଥାନରେ ଅଛି । ୨୦୨୫ ବର୍ଷ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ୩ରୁ ୧ ନମ୍ବର ହେବ ଓଡ଼ିଶା ।