ପ୍ରକାଶ ପାଇଲା IAS ରେଜଲ୍ଟ, ଅଲ ଇଣ୍ଡିଆ ଟପ୍ପର ହେଲେ ଶୁଭମ କୁମାର

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଛି UPSC-୨୦୨୦ ରେଜଲ୍ଟ । ଏଥିରେ ମୋଟ ୭୧୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅଲ ଇଣ୍ଡିଆ ଟପ୍ପର ହୋଇଛନ୍ତି ଶୁଭମ କୁମାର । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜାଗୃତି ଓ୍ଵାସ୍ତି । ୪୬ ର‍୍ୟାଙ୍କରେ ଅଛନ୍ତି ଜୁବିନ୍‌ ମହାପାତ୍ର ।

ସେହିପରି ୫୨ ର‍୍ୟାଙ୍କରେ ଆଶିଷ କୁମାର ମିଶ୍ର, ୧୯୪ ର‍୍ୟାଙ୍କରେ ରୀନା ପ୍ରଧାନ, ୩୯୫ ତମ ସ୍ଥାନରେ ନବଜ୍ୟୋତି ମିଶ୍ର ଓ ୪୬୪ ର‍୍ୟାଙ୍କରେ ଅଛନ୍ତି ବବିତାରାଣୀ ସ୍ୱାଇଁ । IAS ପାଇଁ ୧୮୦ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ IPS ପାଇଁ ୨୦୦ ଜଣ ଓ IFS ପାଇଁ ୩୬ ଜଣଙ୍କୁ ଚୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.