ଶୁଭଶ୍ରୀ କରଙ୍କୁ ଡାକ୍ତର ବନ୍ଧୁ ଓ ସହଯୋଗୀ ହତ୍ୟା କରିଛନ୍ତି: ଯୋଡ଼ା ଥାନାରେ ଏତଲା ଦେଲେ ପରିବାର ଲୋକ

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲା ଯୋଡ଼ାର ଡାକ୍ତର ଶୁଭଶ୍ରୀ କରଙ୍କୁ ହତ୍ୟା ସନ୍ଦେହରେ ଯୋଡ଼ା ଥାନାରେ ଏତଲା ଦେଲେ ପରିବାର ଲୋକ । ଡାକ୍ତର ବନ୍ଧୁ ଓ ସହଯୋଗୀ ହତ୍ୟା କରିଥିବା ନେଇ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନଙ୍କ ସମେତ ଅନ୍ୟ ଦୁଇ ସହଯୋଗୀ ଡାକ୍ତରଙ୍କ ସମ୍ପୃକ୍ତି ଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଶୁଭଶ୍ରୀଙ୍କ ବାପା । ତାଙ୍କୁ ଆଲକୋହଲରେ କିଛି ମିଶାଇ ପିଆ ଯାଉଥିବା ସନ୍ଦେହ କରିଛନ୍ତି । ଭିସେରା ରିପୋର୍ଟ ଆସିବା ପରେ ହତ୍ୟା ସନ୍ଦେହ କରିଛନ୍ତି ପରିବାର ଲୋକ ।

ଶୁଭଶ୍ରୀ କରଙ୍କ ଘର କଟକ ବୟାଳିଶ ମୌଜା ଅଞ୍ଚଳରେ । ଯୋଡ଼ା ପୌରାଞ୍ଚଳ ହସ୍ପିଟାଲରେ ସେ କାର୍ଯ୍ୟରତ ଥିଲେ । ୩୧ ତାରିଖ ରାତିରେ ଝିଅ ସହ କଥା ହୋଇଥିଲେ ବାପା ମନୋରଞ୍ଜନ କର । ଦୁଇ ଦିନ ପରେ ଘରକୁ ଆସିବ ବୋଲି କହିଥିଲେ ଶୁଭଶ୍ରୀ । ହେଲେ ଜାନୁଆରୀ ୧ ତାରିଖରେ ବନ୍ଦ ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ? ତାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଏହି ଘଟଣାରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କୁ ପଚରାଉଚରା କରି ପୋଲିସ ଛାଡ଼ି ଦେଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.