ଯାଜପୁର : ଶୁଭଶ୍ରୀ ହତ୍ୟା ମାମଲାରେ ତଦନ୍ତକୁ ନେଇ ପୁଣି ଉଠିଲା ପ୍ରଶ୍ନ, ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଯାଜପୁର ଜିଲା ଖଣ୍ଡରା ଗାଁ ଶୁଭଶ୍ରୀ ରାଉତ ହତ୍ୟା ଘଟଣାରେ ଥମିବାର ନାଁ ନେଉନି ବିବାଦ । ମୁଖ୍ଯ ଅଭିଯୁକ୍ତଙ୍କୁ ଖସାଇ ଦେଇ ଘଟଣାକୁ ଭିନ୍ନ ମୋଡ ଦେବାକୁ ପୋଲିସ ଉଦ୍ୟମ କରିଥିବା ଅଭିଯୋଗ କରିଛି ବିଜେପି । ମୁଖ୍ଯ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ପୋଲିସ ମନଗଢ଼ା କାହାଣୀ କହୁଥିବା ଅଭିଯୋଗ ହୋଇଛି । ଏ ନେଇ ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି ପୋଲିସ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଜେପି ସଭାପତି ଗୌତମ ରାୟ କହିଛନ୍ତି । ଅନ୍ଯପଟେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଅରୁଣ ଜେନାଙ୍କ ପରିବାର ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି ।

JAJPUR MURDER-2

ଶୁଭଶ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି । ଏହି ଘଟଣାରେ ଜଣେ ନୁହେଁ ଅଧିକ ଲୋକ ସଂପୃକ୍ତ ବୋଲି କୁହାଯାଉଛି । ଶୁଭଶ୍ରୀ ନିଖୋଜ ହେବା ଦିନଠାରୁ ପରିବାର ଲୋକେ ଡ୍ରାଇଭର ହରିହର ନାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଏଥିସହିତ ଏହି ଘଟଣାରେ ଆପୋଷ ସମାଧାନ ପାଇଁ ଚାପ ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କୁ ପୋଲିସ କାହିଁକି ତଦନ୍ତର ପରିସରକୁ ନେଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ହୋଇଛି ।

SUBHASRI-1

ଶୁଭଶ୍ରୀ ମୃତ୍ୟୁଘଟଣାର ନିରପେକ୍ଷ ତଦନ୍ତ ଦାବି କରି ପରିବାର ଲୋକେ ଯାଜପୁର ଏସପିଙ୍କୁ ଭେଟିବା ପରେ ବିଜେପି ସଭାପତି ଆଗକୁ ଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.