କରୋନା ମୁକାବିଲା ପାଇଁ ବି ଦରକାର ଥ୍ରୀ ‘ଟି’, ଜାଣନ୍ତୁ ବାଗଚୀ କେଉଁ ଥ୍ରୀ ‘ଟି’ କଥା କହିଲେ

କେନ୍ୟୁଜ୍(ବ୍ୟୁରୋ):  ନିଜେ ବଞ୍ଚ ଓ ବଞ୍ଚିବାକୁ ଦିଅନ୍ତୁ। ତଥ୍ୟ ଲୁଚାନ୍ତୁ ନାହିଁ। କରୋନା ସଂକ୍ରମଣ ବଢିବା ସହ ଜନସାଧାରଣଙ୍କୁ ସରକାର ତରଫରୁ ଏହି ଆହ୍ଵାନ ଦେଇଛନ୍ତି। ଜୁନ ୧୬ରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ଘର ଘର ଯାଇ ସର୍ଭେ କରୁଛନ୍ତି ଆଶା ଦିଦି। ଜୁଲାଇ ୩୧ ଯାଏ ସର୍ଭେ ଚାଲିବ। ଲକ୍ଷ୍ୟ ଥ୍ରି ଟି। ଟ୍ରେସ, ଟେଷ୍ଟ ଏବଂ ଟ୍ରିଟ୍‌।

ସେହିପରି ସହରାଞ୍ଚଳ ଲୋକେ ଲକ୍ଷଣ ଆଶଙ୍କା କରିବା ମାତ୍ରେ ହୋମ୍‌ କ୍ୱାରେଣ୍ଟାଇନରେ ରୁହନ୍ତୁ ବୋଲି କୋଭିଡ ୧୯ ମୁଖ୍ୟ ମୁଖପାତ୍ର କହିଛନ୍ତି। ଯଦି ହୋମ୍‌ କ୍ୱାରେଣ୍ଟାଇନରୁ ଖସିବାକୁ ଚାହିଁବେ ତେବେ ଯମ କୋଳକୁ ଯିବେ ବୋଲି ଚେତାଇ ଦେଇଛନ୍ତି ସୁବ୍ରତ୍‌ ବାଗଚୀ। ଯଦି ଟାଇମ୍‌ ପାସ ପାଇଁ ଘରୁ ବାହାରିବେ ତେବେ ଲାଇଫରେ ଫେଲ୍‌ ହୋଇଯିବେ।ଲୋକଙ୍କ ମଧ୍ୟରେ ଭୟ କମିଛି। ଏହାସହ ଅସାବଧାନତା ବଢିଛି। ଏଥିରୁ ବିପଦ କେତେ, ତାର ଉଦାହରଣ ଦେଇଥିଲେ ସୁବ୍ରତ ବାଗ୍‌ଚୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.