ରାଜ୍ୟ

ବୟସ୍କଙ୍କୁ ସ୍ବତନ୍ତ୍ର ଦେଖାରଖା କରନ୍ତୁ, ଜଗନ୍ନାଥଙ୍କ ଏହି ଚାରୋଟି ଦୃଷ୍ଟାନ୍ତକୁ ମାନନ୍ତୁ ବୋଲି କହିଲେ ବାଗଚୀ

କେନ୍ୟୁଜ୍(ବ୍ୟୁରୋ):  ବୟସ୍କ ବ୍ୟକ୍ତିଙ୍କୁ ଖୁବ୍ ଜଲଦି କରୋନା ଆକ୍ରାନ୍ତ କରିପାରେ, ସେମାନଙ୍କ ଦେଖାଶୁଣା କରନ୍ତୁ। ଆଜି ଏହି  ଭଳି କିଛି  ଗୁରୁତ୍ବପୂର୍ଣ୍ଣ କଥା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁକାବିଲା ମୁଖପାତ୍ର ସୁବ୍ରତ ବଗଚୀ। ବୟସ୍କ ବ୍ୟକ୍ତିଙ୍କ ଦେଖାରଖା ପାଇଁ ୧୦ ଗୋଟି  ଟିପ୍ସ ଦେଇଛନ୍ତି ବାଗଚୀ। ସେଗୁଡିକ ହେଲା:-

୧- ବୟସ୍କ ବ୍ୟକ୍ତିଙ୍କ ପାଖକୁ ଗଳାବଳେ ନିଜେ ମାସ୍କ ପିନ୍ଧନ୍ତୁ

୨- ତାଙ୍କର ଯେ କୌଣସି ସେବା ସୁଶ୍ରୂଷା କରିବା ଆଗରୁ ହାତ ସବୁନରେ ଧୁଅନ୍ତୁ।

୩- ତାଙ୍କର ଛୁଆଁ ଜିନିଷ, ଯେପରି ଆଶବାଡି, ମୋବାଇଲ ଫୋନକୁ ପରିଷ୍କାର ରଖନ୍ତୁ

୪- କୁଟୁମ୍ବ ବନ୍ଧୁଙ୍କୁ ଘରକୁ ଡାକନ୍ତୁ ନାହିଁ

୫-ବୟସ୍କଙ୍କ ସାଙ୍ଗରେ ଘର ଭିତରେ ମଧ୍ୟ ଦୁରତ୍ବ ରଖନ୍ତୁ

୬ ଅଯଥା ଡାକ୍ତରଖାନା, କ୍ଲିନିକକୁ ନିଅନ୍ତୁ ନାହିଁ

୭-ଟ୍ରେନ, ଉଡାଜାହାଜ, ବସ ଆଦିରେ ସେମାନଙ୍କୁ ଯାତ୍ରା କରିବାକୁ ଦିଅନ୍ତୁ ନାହିଁ

୮-ନିଜେ ଭିଡ ଜାଗାକୁ ଯାଆନ୍ତୁ ନାହିଁ, ବାହାରୁ ଆସି ପରିଚ୍ଛନ୍ନତାର ସବୁନିୟମ ପାଳନ କରନ୍ତୁ

୯-ବୟସ୍କଙ୍କର ଶାରୀରିକ ମାନସିକ ହିତ ପ୍ରତି ଧ୍ୟାନ ଦିଅନ୍ତୁ

୧୦- ଜ୍ବର ଶ୍ବାସ କଷ୍ଟର ଲକ୍ଷଣ ଦେଖିଲେ ୧୦୪ରେ ଯୋଗାଯୋଗ କରନ୍ତୁ

ବାଗଚୀଙ୍କ ଏପରି କହିବା  ପଛର ଉଦ୍ଦେଶ୍ୟ ହେଉଛି, ରାଜ୍ୟରେ କରୋନାରେ ମୃତ୍ୟୁ ବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ ୯ ଜଣ ହେଉଛନ୍ତି ବୟସ୍କ ବ୍ୟକ୍ତି। ଯେଉଁମାନଙ୍କ ମଧ୍ୟରେ  ଅନେକ ବାହାରକୁ  କୁଆଡେ ଯାଇନାହାନ୍ତି। କିନ୍ତୁ  ସେମାନେ ପରିବାର କିଛି ଲୋକଙ୍କ ସଂସ୍ପର୍ଷରେ ଆସିଥିବାରୁ ସେମାନେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

ଏହା ସହିତ ବାଗଚୀ ଜଗନ୍ନାଥଙ୍କ ଉଦାହାରଣ ଦେଇ ୪ଟି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ମହାପ୍ରଭୁଚାରୋଟି ଦୁଷ୍ଟାନ୍ତ ଦେଇ ବଡଦାଣ୍ଡରେ ରଥରେ ବିରାଜମାନ ହୋଇ ଗୁଣ୍ଡିଚା ମାଉସୀ ଘରକୁ ଯାଇଛନ୍ତି ସେହି ଚାରୋଟି ଦୁଷ୍ଟାନ୍ତ ହେଲା:-

  • ପ୍ରଥମ କଥାଟି  ହେଲା ଧର୍ଯ୍ୟ ରଖିବା ଦରକାର।
  • ଦ୍ବିତୀୟ କଥାଟି ଅନୁଶାସନ ରଖିବା ଦରକାର
  • ତୃତୀୟ କଥାଟି ଏକଜୁଟ  ହୋଇ ସଙ୍ଗବଳରେ କରୋନାକୁ ବିନାଶ କରିବା
  • ଚତୁର୍ଥ କଥାଟି ହେଲା ତ୍ୟାଗ ସ୍ବୀକାର କରିବା ।

 

Sasmita

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

18 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

32 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

47 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

57 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago