ଛତିଶଗଡ଼ ସୁକମା ପୋଲିସକୁ ସଫଳତା : ୧୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି (କେନ୍ୟୁଜ୍) : ସୀମାନ୍ତ ଛତିଶଗଡ଼ ସୁକମା ପୋଲିସକୁ ସଫଳତା । ସୁକମା ଏସପିଙ୍କ ନିକଟରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ କ୍ୟାଡର ମାଓବାଦୀ, ଜଣେ ମହିଳା ଏବଂ ୧୦ ଜଣ ଜନମିଲିସିଆ ସଦସ୍ୟ ଅଛନ୍ତି । ଦୀର୍ଘ ବର୍ଷ ଧରି ଏମାନେ ମାଓ ସଂଗଠନରେ ସକ୍ରିୟ ଥିଲେ । ଅନେକ ବଡ଼ବଡ଼ ହିଂସାକାଣ୍ଡ ସହ ଏମାନେ ସଂପୃକ୍ତ ଥିଲେ । ମାଓ ଆଦର୍ଶରୁ ମାଓ ସଂଗଠନ ଓହରିବା ଏବଂ ଆଦିବାସୀ ଓ ମହିଳାଙ୍କୁ ଅତ୍ୟାଚାରରେ ଅତିଷ୍ଠ ହୋଇ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି । ପୋଲିସର ପୁନଃ ଥଇଥାନ ଯୋଜନା ଅନୁସାରେ ଏମାନଙ୍କୁ ସମାସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସୁକମା ଏସ୍ପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.