ଭଦ୍ରକ ଟାଉନ ପୋଲିସକୁ ସଫଳତା, ମୋଟ ୫୨ ମୋଟର ସାଇକେଲ ଉଦ୍ଧାର ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ଭଦ୍ରକ : ଭଦ୍ରକ ଟାଉନ ପୋଲିସକୁ ସଫଳତା । ମୋଟର ସାଇକେଲ ଚୋରକୁ ଧରିବାରେ ସଫଳ ହୋଇଛି ଟାଉନ ପୋଲିସ । ଗତ ମାସ ୩୧ତାରିଖରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରମେଶ କୁମାର ଦାସ ବାରିକପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଏକ ବାଇକ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସିଟି ଡ଼ିଏପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସହରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।  ଏହି ଚଢ଼ାଉ ବେଳେ ମୋଟର ସାଇକେଲ ଚୋରି ଗ୍ୟାଙ୍ଗକୁ ଠାବ କରିଥିଲା ।

ତାଙ୍କ ନିକଟରୁ ୧୮ଟି ବିଭିନ୍ନ କମ୍ପାନୀର ଚୋରି ହୋଇଥିବା ମୋଟର ସାଇକେଲକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ପୋଲିସ । ଚୋରି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଉପରେ ତଦନ୍ତ ଚଳାଇଛି ଟାଉନ ପୋଲିସ । ଏକ ମାସ ଭିତରେ ମୋଟ ୫୨ ମୋଟର ସାଇକେଲ ଉଦ୍ଧାର କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ଟାଉନ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକର ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀ ।

You might also like