ପୁଣି ଇତିହାସ ରଚିଲା ଏସସିବି ମେଡିକାଲ: ସଫଳ ହେଲା କିଡନୀ ପ୍ରତିରୋପଣ

ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କିଡନୀ ଦାନ ଯୋଗୁ ଏଠାରେ ଏହି ସର୍ଜରୀ ସଫଳ ହୋଇଛି ।

କଟକ (କେନ୍ୟୁଜ): ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ। ଏସସିବି ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀଙ୍କ ୨ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀଙ୍କ ଶରୀର ରେ ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ ୪ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ତେବେ ସମସ୍ତ କେଶରେ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ କିଡ଼ନୀ ଏସସିବି ଅଣାଯାଇ ଏହି ବିରଳ ସର୍ଜରୀ କରାଯାଇଛି। ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କିଡ଼ନୀ ଦାନ ଯୋଗୁ ଏଠାରେ ଏହି ସର୍ଜରୀ ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପର୍ଣ୍ଣ ହୋଇଛି।

ସୂଚନା ମୁତାବକ ବ୍ରେନ ଷ୍ଟୋକରେ ପୀଡିତ ହୋଇ ସୋମବାର ଏସସିବିରେ ଭର୍ତ୍ତି ହୋଇଥିବା ଜଗତପୁର ଅଞ୍ଚଳର ତନୁଜା କରଙ୍କ ବ୍ରେନ ଡେଡ ହେବାରୁ ମଙ୍ଗଳବାର ପରଲୋକ ଘାରିଥିଲା। ଏସସିବି ଅଧିକ୍ଷକ ନ୍ୟୁରୋ ସର୍ଜନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ନେଫରୋଲୋଜି ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ , ୟୁରୋଲୋଜି ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ,ଡାକ୍ତର ସବ୍ୟସାଚୀ ପଣ୍ଡା ଓ ଡାକ୍ତର ସଞ୍ଜୟ ଚୌଧୁରୀ ପ୍ରମୁଖ କିଡ଼ନୀ ଦାନ ପାଇଁ ଅନୁରୋଧ କରିଥିଲେ। ପରିବାର ଲୋକଙ୍କ ସଂମ୍ମତି ପରେ ତନୁଜାଙ୍କ ଶରୀରରୁ ଦୁଇଟି କିଡ଼ନୀ କଢ଼ାଯାଇ ଦୁଇ କିଡ଼ନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ଦୁଇଜଣ ବ୍ୟକ୍ତି ହେଲେ ଝାରସୁଗୁଡାର ଆଲୋକ ବୋଡାକ ଓ ସୂର୍ଯ୍ୟ ରଞ୍ଜନ ସାହୁ। ଆଲୋକଙ୍କ ଏହା ପ୍ରଥମ ଓ ସୂର୍ଯ୍ୟଙ୍କ ର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି। ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ବିରଳ ଅପରେସନ ରେ ଡାକ୍ତର ଅରୁଣାଙ୍କ ସହିତ ୧୭ ଜଣ ମେଡିକାଲ ଟିମ ସହଯୋଗ କରିଥିଲେ।

 

You might also like