ବାଲୁକା କଳାରେ ନିର୍ବାଚନୀ ସଚେତନତା, ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ବାଲୁକା କଳାରେ ନିର୍ବାଚନୀ ସଚେତନତା । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସୁନ୍ଦର ବାଲୁକା କଳାରେ ଲୋକଙ୍କୁ ସଚେତନତା ଓ ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ଠାରୁ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି । ସମସ୍ତେ ନିଜ ନିଜର ମୂଲ୍ୟବାନ ଭୋଟ ଦେଇ ନିଜ ନିଜର ମତ ସାବ୍ୟସ୍ତ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଆହ୍ବାନ ଦିଆଯାଇଛି । your vote your futureର ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ଶିଳ୍ପି ।
ପୁରୀ (କେନ୍ୟୁଜ): ବାଲୁକା କଳାରେ ନିର୍ବାଚନୀ ସଚେତନତା । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସୁନ୍ଦର ବାଲୁକା କଳାରେ ଲୋକଙ୍କୁ ସଚେତନତା ଓ ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ଠାରୁ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି । ସମସ୍ତେ ନିଜ ନିଜର ମୂଲ୍ୟବାନ ଭୋଟ ଦେଇ ନିଜ ନିଜର ମତ ସାବ୍ୟସ୍ତ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଆହ୍ବାନ ଦିଆଯାଇଛି । your vote your futureର ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ଶିଳ୍ପି । ଏହି ବାଲୁକା କଳାରେ ୨ହଜାର ବଲ ଓ ଷ୍ଟିଲର ବାଉଲ ବ୍ୟବହାର କରାଯାଇ ଏକ ବିରାଟ ନିର୍ବାଚନ ବାଲୁକା କଳା ସ୍ଥାପନ କରାଯାଇଛି ।
ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଏକା ସଙ୍ଗେ ହେଉଛି ଭୋଟିଂ । ପ୍ରାୟ ୬୨ଲକ୍ଷ ୮୭ ହଜାର ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ଖରାକୁ ଦୃଷ୍ଟିରେ ରଖି ଅନେକ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି । ଭୋଟିଂକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।