ରାଜ୍ୟ

ବିଶ୍ବକପ୍ ୨୦୨୩ : ବାଲୁକା କଳାରେ ଭାରତୀୟ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ସୁପର ସନ୍ ଡେରେ ବିଗ୍ ଫାଇଟ୍ । ସାମ୍ନାସାମ୍ନି ହେବେ ‘ମେନ୍ ଇନ୍ ବ୍ଲୁ’ ଓ ‘କଙ୍ଗାରୁ ଟିମ୍’ । ଆଜି ବିଶ୍ବକପ୍ ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଏହି ଐତିହାସିକ ବିଶ୍ବକପ୍ ମ୍ୟାଚ୍ ଖେଳାଯିବ। ଦିନ ୨ଟାରେ ଏହି ମ୍ୟାଚ୍ ଖେଳାଯିବ। ଯାହାକୁ ଉତ୍ସଣ୍ଠାର ସହ ଅପେକ୍ଷା କରିଛି ସାରା ବିଶ୍ବ। ତେବେ ଫାଇନାଲ୍‌ ମୁକାବିଲା ପୂର୍ବରୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହିକ୍ରମରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଦେଶର କୋଣ ଅନୁକୋଣରୁ ଟିମ୍‌ ଇଣ୍ଡିଆ ପାଇଁ ଶୁଭେଚ୍ଛା ଆସୁଛି । ତେଣୁ ଆମେ ବି ଭାରତୀୟ ଟିମ୍‌କୁ ଫାଇନାଲ ମୁକାବିଲା ପୂର୍ବରୁ ଶୁଭେଚ୍ଛା ଜଣାଇଛି । ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଗୁଡ୍‌ ଲକ୍‌ କହିଛୁ । ଅହମ୍ମଦାବାଦ୍‌ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ମଧ୍ୟ ବାଲୁକା କଳାରେ ଚିତ୍ରଣ କରିଛୁ ।

ବର୍ତ୍ତମାନ ସୁଦ୍ଧା ବିଶ୍ୱକପର ସମସ୍ତ ୧୦ ଟି ମ୍ୟାଚ୍ ରେ ଅପରାଜିତ ରହି ଭାରତୀୟ ଦଳର ମନୋବଳ ବେଶ୍ ଦୃଢ ରହିଛି । ଏପରିକି ଆଜିର ମ୍ୟାଚ୍ ହାତେଇ ବିଶ୍ୱ ବିଜେତାର ତିଲକ ଲଗାଇବା ସହ ୨୦ ବର୍ଷ ପୁରୁଣା ପ୍ରତିଶୋଧ ନେବାର ସୁଯୋଗ ପାଇଛି ଭାରତ । ଏଥର ବିଶ୍ୱକପ୍ ଜିତିଲେ ଭାରତର ଏହା ହେବ ତୃତୀୟ ବିଶ୍ୱକପ୍ । ତେବେ ଆଜିର ମ୍ୟାଚ୍ କୁ ନେଇ କଣ କହୁଛି ଗ୍ରହ ଗଣନା । ଏ ନେଇ ସୋସିଆଲ୍ ମିଡିଆ ଏବଂ ଇମ୍ଟରନେଟ୍ ରେ ଅନେକ ଆକଳନ କରାଯାଉଛି । ଏପରିକି କେତେକ ଜ୍ୟୋତିଷମାନଙ୍କ ଭବିଷ୍ୟଗଣନା ମଧ୍ୟ ସାମ୍ନାକୁ ଆସୁଛି । ନିଜ ମାଟିରେ କଙ୍ଗାରୁ ଦଳକୁ ହରାଇ ଭାରତ ତୃତୀୟ ଥର ପାଇଁ ବିଶ୍ୱ ବିଜେତା ହୋଇପାରିବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

 

 

 

Barsha

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

17 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

24 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

39 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

59 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

2 hours ago