ସବୁଦିନ ପରି ଆଜି ବି ଡ୍ରେନ ପାଖରେ ବସିଥିଲେ ସୁଦର୍ଶନ, ହଠାତ ଟଳି ପଡ଼ିଲେ

ବାଲିଗୁଡା : ଏମିତି ବି ଆସେ ମୃତ୍ୟୁ l ନିମିଷକେ ଚାଲି ଯାଏ ଅମୂଲ୍ୟ ଜୀବନ l ସତରେ ଏ ମଣିଷ ଜୀବନ ପାଣି ଫୋଟକା ସଦୃଶ । ପ୍ରତି ଦିନ ନିଜ ଆଖି ସାମ୍ନାରେ ଦେଖୁଥିବା ବ୍ୟକ୍ତି କିପରି ମୁହୂର୍ତ୍ତକରେ ଆର ପାରିକୁ ଚାଲିଯାଏ ତାହା ଭାବି ହେବି l ଜୀବନ ମରଣର ଦୋଛକିରେ ଏପରି ମୂଲ୍ୟବାନ ଜୀବନ l ଏପରି ଏକ ଜ୍ୱଳନ୍ତ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ସହର ର ସୁନାପାଙ୍ଗା ଅଂଚଳ ରେ l ମୃତ୍ୟୁର କିଛି ମୁହୁର୍ତ୍ତ ପୂର୍ବରୁ ପ୍ରତିଦିନ ବସୁଥିବା ଏକ କାଠ ମୁଣ୍ଡାରେ ବସିବା ଓ କିଛି ସମୟ କଥାବାର୍ତ୍ତା ହେବା ପରେ ଜୀବନ ଚାଲିଯିବା l
ବାଲିଗୁଡା ସୁନାପାଙ୍ଗା ସାହିର ସୁଦର୍ଶନ ବିଶୋଇ ସବୁଦିନ ପରି ଆଜି ମଧ୍ୟ ଘରୁ ବାହାରି ଆସିଥିଲେ l ବାଲିଗୁଡା ଅବକାରୀ ଥାନା ନିକଟରେ ଥିବା ଏକ କାଠ ମୁଣ୍ଡାରେ ପ୍ରତିଦିନ ପରି ବସିଥିଲେ l ସ୍ଥାନୀୟ ବାସିନ୍ଦା ଓ ରାସ୍ତାରେ ଯାଉଥିବା ବ୍ୟକ୍ତି ମଧ୍ୟ ସୁଦର୍ଶନଙ୍କୁ ବସିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ l କିନ୍ତୁ କାଠ ମୁଣ୍ଡା ଉପରେ ବସିବାର କିଛି ସମୟ ପରେ ହଠାତ ପାଖରେ ଥିବା ଡ୍ରେନ କୁ ଖସି ପଡିଥିଲେ ସୁଦର୍ଶନ l କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ବାସିନ୍ଦା ସୁଦର୍ଶନଙ୍କୁ ଡ୍ରେନରେ ପଡିଥିବା ଦେଖି ଉଦ୍ଧାର କରିଥିଲେ l
କିନ୍ତୁ ଡ୍ରେନରୁ ଉଠାଇ ଆଣିବା ପରେ ସୁଦର୍ଶନଙ୍କ ଜୀବନ ଆରପାରିକୁ ଚାଲି ଯାଇଥିଲା l ତେବେ ସୁଦର୍ଶନଙ୍କ ମୃତ୍ୟୁ ଖବର ଶୁଣି ଅଂଚଳ ବାସି ଘଟଣା ସ୍ଥଳରେ ପହଂଚି ଯାଇଥିଲେ l ସେପଟେ ଏପରି ଏକ ଦୁଖଦଃ ସମୟରେ ସୁଦର୍ଶନଙ୍କ ପରିବାରର ସମସ୍ତେ ନିଜ ନିଜ କାର୍ଯ୍ୟ ରେ ବାହାରେ ଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲେ l ଏ ଅବସ୍ଥାରେ ଦେଖି ବିଶ୍ବାସ କରିପାରି ନଥିଲେ ।
ତେବେ ସୁଦର୍ଶନଙ୍କ ସ୍ତ୍ରୀ ଓ ଦୁଇ ପୁଅ ହାଟ କାମରେ ବାହାରକୁ ଯାଇଥିବା ବେଳେ ଏପରି ଦୁଃଖଦ ଘଟଣା ଘଟି ଯାଇଛି l.ସୁଦର୍ଶନଙ୍କ ବାତ ରୋଗ ରହିଥିବା ବେଳେ କାଠ ମୁଣ୍ଡାରେ ବସିଥିବା ସମୟରେ ଫିଟ୍ସ ମାରିଥିବା ଯୋଗୁଁ ଜୀବନ ଚାଲି ଯାଇଥିବା ଅଂଚଳବାସି କହିଛନ୍ତି l ତେବେ କାଠ ମୁଣ୍ଡାରେ ବସିଥିବା ଅବସ୍ଥାରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ହିଁ ଡ୍ରେନକୁ ଟଳି ପଡି ପ୍ରାଣ ହରାଇଲେ ସୁଦର୍ଶନ l