ବାଲୁକା କଳାରେ ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ସ୍ୱଚ୍ଛ ଭାରତର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଦେଶରେ ଗାନ୍ଧି ଜୟନ୍ତୀ ରୂପେ ପାଳନ କରାଯାଉଛି । ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋର୍‌ବନ୍ଦରରେ ହୋଇଥିଲା । ତାଙ୍କରି ସ୍ମୃତିରେ ଚଳିତ ଥର ଗାନ୍ଧିଜୀଙ୍କ ୧୫୧ ତମ ଜୟନ୍ତୀ ପାଳନ କରୁଛି ଦେଶ ।

ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ଦେଖିବାକୁ ମିଳିଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା କରି ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ସ୍ୱଚ୍ଛ ଭାରତର ବାର୍ତ୍ତା ଦେଇଛନ୍ତି । ବାପୁଜୀଙ୍କ ଏକ ବଡ ପ୍ରତିମୂର୍ତ୍ତି ସ୍ଥାନ ପାଇଛି ଏହି ବାଲୁକା କଳାରେ ।

 

Leave A Reply

Your email address will not be published.