ସ୍କୁଲରେ ହଠାତ ୧୨ ଛାତ୍ରୀ ଅସୁସ୍ଥ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର : ସ୍କୁଲରେ ହଠାତ ୧୨ ଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲରେ ପ୍ରାୟ ଦିନ ୧୧ଟା ସମୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ ମ ଶ୍ରେଣୀର ୧୨ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇପଡିଥିଲେ ।
ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ବିଦ୍ଯାଳୟ ଶିକ୍ଷକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ଶନିବାର ଦିନ ଠିକ୍ ଏହିଭଳି ଘଟଣାରେ ଅସୁସ୍ଥ ଦୁଇ ତିନି ଜଣ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍କୁଲରେ ବାରମ୍ବାର ଏଭଳି ଘଟଣା ପାଇଁ ଚିନ୍ତା ବ୍ଯକ୍ତ କରିଛନ୍ତି ଅବିଭାବକ । ତେବେ ଛାତ୍ରୀଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥ୍ୟଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ।