ସରସ୍ବତୀ ପୂଜାକୁ ଆସି ଦୁର୍ଘଟଣାର ଶିକାର ହେଲେ ଦୁଇ ଛାତ୍ର : ଜଣେ ମୃତ,ଜଣେ ଗୁରୁତର

ସୁବର୍ଣ୍ଣପୁର: ବୀର ମହାରାଜପୁରରେ ସରସ୍ବତୀ ପୂଜାରେ ଏକ ଅଭାବନୀୟ ଘଟଣା ଘଟିଛି । ସରସ୍ୱତୀ ପୂଜା କରିବାକୁ ଆସି ଦୁର୍ଘଟଣାର ଶିକାର ହେଲ ଦୁଇ ଛାତ୍ର । ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ରଘୁନାଥ ଉଚ୍ଚ ବିଦ୍ୟାଳୟର ଦୁଇଛାତ୍ର ଏଭଳି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡିଛି ।
ମୃତ ଛାତ୍ର ତନ୍ମୟ ମହାକୁର ନବମ ଶ୍ରେଣୀର ହୋଇଥିବାବେଳେ ଗୁରୁତର ଦେବାଶିଷ ମଲ୍ଲିକ ଦଶମ ଶ୍ରେଣୀର ଛାତ୍ର ହୋଇଥିବା ଜଣାପଡିଛି । ଉଭୟ ଛାତ୍ର ଆଜି ବିଦ୍ୟାଳୟକୁ ସରସ୍ଵତି ପୂଜା କରିବାକୁ ଆସି ଏକ ମୋଟରସାଇକେଲରେ ବୁଲିବାକୁ ଯାଇଥିଲେ । ତେବେ ମୁର୍ଷୁଣ୍ଢି ମେଟାକାନୀ ଛକରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କାଦେଇ ଫେରାର ମାରିଥିଲା।
ଉଭୟ ଗୁରୁତର ଛାତ୍ରଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ତନ୍ମୟ ମହାକୁରଙ୍କୁୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଗୁରୁତର ଦେବାଶିଷକୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି। ଆଉ ୟାରି ଭିତରେ ନରମି ଯାଇଛି ଗାଁ ସ୍କୁଲରେ ପୂଜା ସ୍ଥଗିତ ଥିବାବେଳେ ଛୁଟି ଘୋଷଣା କରି ସ୍କୁଲ ଫାଟକରେ ତାଲା ଝୁଲୁଛି। ସେପଟେ ପୁଅର ମୃତ୍ୟୁ ଖବର ପାଇ ବାପା ଘଟଣା ସ୍ଥଳରେ ପହଂଚିଛନ୍ତି ।
Also read: ଡମଣା ଛକରେ ଦୁର୍ଘଟଣା : ଡିଭାଇଡରକୁ ଚଢିଗଲା କାର୍, ଦୁଇ ଗୁରୁତର