ଶ୍ରୀକ୍ଷେତ୍ରରେ ପ୍ରଧାନମନ୍ତ୍ରୀ, ବାଲୁକାକଳାରେ ମୋଦିଙ୍କୁ ସ୍ଵାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଵାଗତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବେଳାଭୂମିରେ ସୁଦର୍ଶନଙ୍କ ଏହି ବାଲୁକାକଳାଟିରେ ୨୦୦୦ ଦୀପର ବ୍ୟବହାର କରାଯାଇଛି । ବାଲୁକା କଳାରେ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରୁଥିବାର ଦେଖାଇଛନ୍ତି ସୁଦର୍ଶନ ।

ପୁରୀ (କେନ୍ୟୁଜ): ପୁରୀ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଵାଗତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବେଳାଭୂମିରେ ସୁଦର୍ଶନଙ୍କ ଏହି ବାଲୁକାକଳାଟିରେ ୨୦୦୦ ଦୀପର ବ୍ୟବହାର କରାଯାଇଛି । ବାଲୁକା କଳାରେ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରୁଥିବାର ଦେଖାଇଛନ୍ତି ସୁଦର୍ଶନ ।

ଜଣେ କଳାକାର ହିସାବରେ ମୋଦିଜିଙ୍କୁ ସେ ଖୁବ୍ ଭଲ ପାଆନ୍ତି ଏବଂ ମୋଦି ସବୁବେଳେ ତାଙ୍କୁ ଉତ୍ସାହିତ କରି ଆସିଛନ୍ତି କହିଛନ୍ତି ସୁଦର୍ଶନ। ପ୍ରାୟ ୧୦ ଫୁଟ ଲମ୍ବା ଓ ୬ ଫୁଟ୍ ଉଚ୍ଚ ଏହି ବାଲୁକା କଳାରେ ଜଗନ୍ନାଥଙ୍କ ବାଲୁକା ଚିତ୍ର ସହ ଜୟ ଜଗନ୍ନାଥ ଲେଖାଯାଇଛି । ସୁଦର୍ଶନଙ୍କ ସହ ଗତ ସାକ୍ଷାତକାର ମୋଦି ତାଙ୍କୁ ଜୟ ଜଗନ୍ନାଥ କହି ସ୍ଵାଗତ କରିଥିଲେ । ତେବେ ପ୍ରଧାନ ମନ୍ତ୍ରୀ ହେବା ପରେ ମୋଦିଙ୍କ ଦ୍ଵିତୀୟ ପୁରୀ ଗସ୍ତକୁ ନେଇ ସବୁଠି ଉତ୍ସାହ ଦେଖା ଦେଇଥିବା ବେଳେ ସୁଦର୍ଶନ ମଧ୍ୟ ଖୁବ୍ ଉତ୍ସାହିତ ବୋଲି କହିଛନ୍ତି ।

Leave A Reply

Your email address will not be published.