ପ୍ରେମିକାର ଚୁନିରେ ଝୁଲି ପଡ଼ିଲା ପ୍ରେମିକ

ଭୁବନେଶ୍ୱର: ପ୍ରେମିକାର ଚୁନିରେ ଝୁଲି ପଡ଼ିଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରରେ । ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର ହୋଇଛି। ସେହି ଗେଷ୍ଟ ହାଉସ୍ ଭିତରେ ସଂପୃକ୍ତ ପ୍ରେମିକା ବି ଥିଲେ। ମୃତକଙ୍କ ନାଁ ଅମିତ ଜେନା ଓ ତାଙ୍କ ଘର କଟକ ଜିଲ୍ଲା ବାଙ୍କିରେ। ଗତକାଲିଠାରୁ ସେମାନେ ଏହି ଗେଷ୍ଟ ହାଉସ୍‌ରେ ରହୁଥିଲେ। ତେବେ ଆଜି ଅମିତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ କାହିଁକି ସେ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି। ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସଂପୃକ୍ତ ପ୍ରେମିକାକୁ ଅଟକ ରଖି ତଦନ୍ତ ଚଳାଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।