ପାରିବାରିକୁ ଅଶାନ୍ତିରୁ ମାନସିକ ଅସ୍ଥିରତା, ଯୁବକ ଡେଇଁଲେ ବୈତରଣୀକୁ

ଆନନ୍ଦପୁର (କେନ୍ୟୁଜ୍‌) : ବୈତରଣୀ ପୋଲ ଉପରୁ ଡେ଼ଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କଲା ଅଗ୍ନିଶମ ବାହିନୀ । ଯୁବକ ଜଣକ ଆନନ୍ଦପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ଫକୀରପୁରର ରଞ୍ଜନ କୁମାର ସାହୁ ବୋଲି ଜଣାପଡ଼ିଛି ।

ଆଜି ଅପରାହ୍ନରେ ରଞ୍ଜନ ବୈତରଣୀ ପୋଲ ଉପରୁ ହଠାତ୍‌ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଆନନ୍ଦପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରଞ୍ଜନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରଞ୍ଜନଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ତେବେ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପାରିବାରିକ କଳହରୁ ରଞ୍ଜନ ଆତ୍ମହତ୍ୟା ଉଦ୍ୟମ କରିଥିବା ଆଲୋଚନା ହେଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.