ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ରାୟଗଡା : ରାୟଗଡା ସହରରେ ଅଭାବନୀୟ ଘଟଣା ଘଟିଛି। ଅନୈତିକ ସମ୍ପର୍କ ଧରା ପଡ଼ିବା ପରେ ଉଭୟ ବିଶ ପିଇ ଆତ୍ମତ୍ୟା ଉଦ୍ୟମ କରିଛନ୍ତି । ପରକିୟା ପ୍ରୀତି ଧରା ପଡିବା ପରେ ଦୋଷ ଘୋଡ଼ାଇବା ପାଇଁ ଉଭୟେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସା ନିମନ୍ତେ ପରିବାର ବର୍ଗ ଉଭୟଙ୍କୁରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ଉଭୟଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ମୁତାବକ ରାୟଗଡ଼ା ସଦର ରଇତୋ କଲୋନୀ ଅନ୍ତର୍ଗତ ୭ ନୁମ୍ବର ଧାଡିରେ ରହୁଥିବା 45 ବର୍ଷୀୟ କୋଡ଼ରୁ ରମେଶ ନିଜ ପଡିସା ଘର ଏକ ଯୁବତୀଙ୍କୁ ପ୍ରେମ କରୁଥିଲେ । ଧରାପଡିବା ପରେ ଉଭୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ।