ବିଷ ପିଇ ଜୀବନ ହରିବାକୁ ଉଦ୍ୟମ କଲେ ପ୍ରେମୀ ଯୁଗଳ, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ହିନ୍ଦୋଳ : ବିଷ ପିଇ ଜୀବନ ହରିବାକୁ ଉଦ୍ୟମ କଲେ ପ୍ରେମୀ ଯୁଗଳ ।  ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରୁ ଆସିଛି । ଯୁବକ ହେଲେ ବିକାଶ ନାଥ ଏବଂ ଯୁବତୀ ଜଣକ ହେଲେ ଗୋବର୍ଦ୍ଧନପୁର ଗ୍ରାମର ସୋନାଲି ଗଡ଼ନାୟକ ।  ଗୁରୁତର ଅବସ୍ଥାରେ ଉଭୟଙ୍କୁ ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ବିଷପିଇ ପ୍ରେମୀ ଯୁଗଳପୁରୁଣା କଟକ ସମ୍ବଲପୁର ବାଘଧରିଆ ନିକଟରେ ରାସ୍ତାରେ ଗଡ଼ୁଥିବା ବେଳେ ଉଭୟଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେମାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟେ ପ୍ରେମୀ ଯୁଗଳ କିଛିଦିନ ତଳେ ଘରଛାଡି ପଳାଇଥିଲେ । ଆଜି ସେମାନଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ପଡିଥିବାର ଦେଖିବାକୁ ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like