ଆତ୍ମହତ୍ୟା ଏକ ବ୍ୟକ୍ତିଗତ ସମସ୍ୟା, ପୋଲିସର ତଦନ୍ତ ପରେ ହିଁ ପ୍ରତିକ୍ରିୟା ଦେବା ଉଚିତ : ପିସିସି ସଭାପତି

ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଆତ୍ମହତ୍ୟା ଏକ ବ୍ୟକ୍ତିଗତ ସମସ୍ୟା । ଆତ୍ମହତ୍ୟାର କାରଣ ନେଇ ପୋଲିସ ତଦନ୍ତ କରିବ । ତଦନ୍ତ ପୂର୍ବରୁ ଏ ନେଇ କୌଣସି ପ୍ରତିକ୍ରିୟା ଦେବା ଅନୁଚିତ୍ । ଯେଉଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ସିଏ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହାର ତଦନ୍ତ ପୋଲିସ କରିବ । ପୋଲିସର ତଦନ୍ତ ପରେ ହିଁ ପ୍ରତିକ୍ରିୟା ଦେବା ଉଚିତ ।
kiit ବିଶ୍ୱବିଦ୍ୟାଳୟର ମାଲିକ ଓଡ଼ିଶାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ଶତ୍ରୁତା କାରଣରୁ କିଏ ଵାହାଦୁର ମାରି ପ୍ରତିକ୍ରିୟା ଦେବା ଉଚିତ ନୁହେଁ । କେହିବି ଆଇନକୁ ହାତକୁ ନେବା ଉଚିତ ନୁହେଁ । ଯଦି ବିଶ୍ୱବିଦ୍ୟାଳୟର ଗଡ଼ବଡି ଆମେ ଦେଖିବୁ ତେବେ ଆମେ ବିରୋଧ କରିବୁ କିନ୍ତୁ ଏବେ ସେଭଳି ସ୍ଥିତି ନାହିଁ । ରାଜନୀତି କରୁଥିବା ଲୋକ ସର୍ବଦା ସ୍ୱାଭିମାନ ଏବଂ ସମ୍ମାନକୁ ଜଗି ରାଜନୀତି କରିବା ଆବଶ୍ୟକ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।