ବିବାହ ପାଇଁ ରାଜି ହେଲେନି ପରିବାର, ଝୁଲିପଡ଼ିଲେ ପ୍ରେମୀ ଯୁଗଳ

ନବରଙ୍ଗପୁର: ଝୁଲିପଡ଼ିଲେ ପ୍ରେମୀ ଯୁଗଳ । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ମହୁଲି ଗାଁ ନିକଟ ଜଙ୍ଗଲରେ ଜୀବନ ହାରିଲେ ପ୍ରେମୀ ଯୁଗଳ । ମୃତକ ଦୁଇଜଣ ହେଲେ ରାଇଘର ବ୍ଳକ ଭୁରଖାମହୁଲି ଗାଁର ରେମଲାଲ ଗଣ୍ଡ ଏବଂ ଦିକେଶ୍ୱରୀ ଗଣ୍ଡ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ପରିବାର ଲୋକ ବିବାହ ପାଇଁ ରାଜି ନଥିଲେ । ଏଥିପାଇଁ ଦୁହେଁ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।  ଉଭୟ ଗତ ରବିବାର ଦିନ ଠାରୁ ନିଖୋଜ ଥିଲେ। ପରିବାର ଲୋକ ବହୁତ ଖୋଜା ଖୋଜି କରିଥିଲେ ହେଲେ ପାଇ ନ ଥିଲେ ।  ଆଜି ସକାଳୁ ଗାଁ ଲୋକ ଗଛ ଉପରେ ଦୁଇ ଜଣଙ୍କ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦିଆଯାଇଥିଲା । କୁନ୍ଦେଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like