ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭାରେ ନାମାଙ୍କନ ଭରିବେ ସୁଜିତ କୁମାର !

ନାମାଙ୍କନ ଭରିବେ ସୁଜିତ କୁମାର!।  ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭାରେ ନୋମିନେସନ ଫାଇଲ୍ କରିବେ ସୁଜିତ କୁମାର ।  ବିଜେପିର ପ୍ରାର୍ଥୀ ହେବେ ସୁଜିତ କୁମାର ।  କିନ୍ତୁ ବିଧିବଦ୍ଧ ଭାବେ ନାଁ ଘୋଷଣା କରିନାହିଁ ବିଜେପି ।

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।  ୧୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହୋଇପାରିବ ।  ଡିସେମ୍ବର ୨୦ ତାରିଖରେ ରହିଛି ଭୋଟ ଗ୍ରହଣ ଦିନ।  ସୁଜିତ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି ।

ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ବିଜେପିରେ ମିଶିଥିଲେ ।