ରାଜ୍ୟ

ଶବ ସାଥି ସୁକଦେବ ହାଜିରା, ୧୫ ଶହରୁ ଅଧିକ ଶବ ସତ୍କାର କରିଥିବା ବେଳେ ସଙ୍ଗଠନ ଗଢି କରୁଛନ୍ତି ଶବ ସତ୍କାର

ଶବକୁ କାନ୍ଧ ଦେବା କିମ୍ବା ମଶାଣିରେ ଶବ ସତ୍କାର କରିବା ପାଇଁ କୁଣ୍ଠାବୋଧ କରନ୍ତି । ବେଳେ ବେଳେ ଅନେକ ଅଚିହ୍ନା ଅଜଣା ଶବ ସତ୍କାର ମଧ୍ୟ ହୋଇ ପାରେନି କିନ୍ତୁ ଏହି ଶବର ସାଥି ପାଲଟି ଯାଇଛନ୍ତି ସୁକଦେବ ହାଜିରା। ସେ ପେଶାରେ ଜଣେ ଚାଷୀ ମାତ୍ର ନିଶା ତାଙ୍କର ଶବ ପୋଡିବା। ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ସେ ସବୁଠି ବେଶ୍‌ ପରିଚିତ । ତାଙ୍କୁ ଶ୍ରଦ୍ଧାର କେହି କେହି ଶବର ସାଥି ବୋଲି କହିଥାଆନ୍ତି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମର ସୁକଦେବ ହାଜିରା । କେବଳ ବାଲିଆପାଳ ନୁହେଁ ସମଗ୍ର ଜିଲ୍ଲାରେ ଶବ ସାଥି ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି । ଦିନ ହେଉ ଅବା ରାତି, ଖରା, ବର୍ଷା, ଶୀତକୁ ଖାତିର ନକରି ନିଜର କର୍ତ୍ତବ୍ୟ ପଥରେ ଆଗେଇ ଯାଆନ୍ତି । ଖବର ପାଇବା ମାତ୍ରେ ତୁରନ୍ତ ପହଞ୍ଚି କାଠ କାଟିବାଠାରୁ ଆରମ୍ଭ କରି ଜୁଇ ସଜାଡିବା ସହ ଲାଗି ପଡନ୍ତି ଶବସତ୍କାର କାର୍ଯ୍ୟରେ । ସେ ପରିଚିତ ହେଉ କି ଅପରିଚିତ ଧନୀ ହେଉକି ଗରିବ କିଛି ବାଛ ବିଚାର କରନ୍ତି ନାହିଁ । ସବୁଠାରୁ ବଡ଼କଥା ହେଉଛି ଏକାକି ଏତେ ସବୁ କରୁଥିଲେ ମଧ୍ୟ ସେ କାହା ଠାରୁ ଅର୍ଥ ନିଅନ୍ତି ନାହିଁ । ଫୋନ କଲ ପାଇବା ମାତ୍ରେ ସେଠାରେ ପହଞ୍ଚି ଯାଆନ୍ତି । ଅନେକ ଶବ ସମୂଦ୍ରରେ ଭାସି ଆସି ପଚି ଷଢି ଯାଇଥାଏ, ଦୁର୍ଗନ୍ଧରେ ନାକ ଫାଟି ପଡୁଥାଏ, ସୁକଦେବ କିନ୍ତୁ ଘୃଣା ନକରି ଶବକୁ ସମ୍ମାନର ସହ ସତ୍କାର କରିଥାନ୍ତି । ସେ ନିଜ ଗାଁ ନାରାୟଣପୁର ହେଉ କିମ୍ବା ବାଲିଆପାଳର ଯେକୌଣସି ଜାଗା ହେଉ ଖବର ମିଳିବା ମାତ୍ରେ ତୁରନ୍ତ ସେଠାରେ ପହଞ୍ଚିଯାନ୍ତି । ଶବ ପାଖରେ କାନ୍ଦ ବୋବାଳିରେ ଫାଟି ପଡୁଥିବ, ସମସ୍ତେ ସମବେଦନା ଦେଉଥିବେ କିନ୍ତୁ କାନ୍ଧ ଦେଇ ମଶାଣି ଯିବାକୁ ଅନେକ କୁଣ୍ଠାବୋଧ କରୁଥିବେ ମାତ୍ର ସୁକଦେବ କାନ୍ଧ ଦେବାଠାରୁ ଆରମ୍ଭ କରି ଯୁଇରେ ଶବ ପୋଡିବା ପର୍ଯ୍ୟନ୍ତ ସବୁ କାମ କରିଥାନ୍ତି ।

ସୁକଦେବ ଜଣେ ଗରିବ ପରିବାର ହୋଇଥିବାରୁ ଚାଷ କାର୍ଯ୍ୟ ଏବଂ ମୁଲ ମଜୁରି ଲାଗି ଯାହା ଆଣନ୍ତି ସେଥିରେ ତାଙ୍କ ପରିବାର ଚଳେ । କିନ୍ତୁ ସେ ଏହି ପୂଣ୍ୟ କାମ କରିବାକୁ ଟିକେ ବି ପଛଘୁଞ୍ଚା ଦିଅନ୍ତିନି । ସେ ଫୋନ କଲଟିଏ ପାଇବା ମାତ୍ରେ ସବୁ କାମ ଛାଡି ସେଠାରେ ସେ ପହଞ୍ଚି ଯାଆନ୍ତି । ତାଙ୍କ ସହ ଅନେକ ଉତ୍ସାହୀ ଯୁବକ ମାନେ ତାଙ୍କ ସହ ଶବ ସତ୍କାର ପାଇଁ ପହଞ୍ଚି ଯାଆନ୍ତି । ଆଉ ଏହି କାମ କରି ସେ ବେଶ ଆତ୍ମ ସନ୍ତୋଷ ଅନୁଭବ କରନ୍ତି ବୋଲି କହଛନ୍ତି । ୨୦୦୨ ମସିହା ଠାରୁ ସେ ଏହି କାମ କରି ଆସୁଥିବା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଏକାକି ୧୫ ଶହରୁ ଅଧିକ ଶବ ସତ୍କାର କରି ସାରିଛନ୍ତି ତାଙ୍କର ଏହି ନିଆରା କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କ ସହିତ ଯୋଡି ହେବାରୁ ୨୦୨୩ ମସିହାରେ ଶ୍ମଶାନ ସାଥି ସଂଗଠନ କରି ଶବ ସତ୍କାର କରୁଛନ୍ତି । ସୁକଦେବଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ ପ୍ରଶଂସା କରିଛନ୍ତି । ସୁକଦେବେ ଆଗକୁ ଏହି ସଂଗଠନ ବୃଦ୍ଧିକରି କେବଳ ବାଲିଆପାଳ କି ବାଲେଶ୍ବର ନୁହେଁ ସମଗ୍ର ରାଜ୍ୟରେ କାର୍ଯ୍ୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

3 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

4 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

4 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

5 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

5 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

6 hours ago