ଭାଗ୍ୟ ବଦଳାଇ ଦେଲା ମାଇଁ ଏଲେଭେନ ସର୍କଲ, ଅନଲାଇନ ଗେମ୍ ଖେଳି କୋଟିପତି ହେଲେ ସୁକାନ୍ତ ପ୍ରଧାନ

ବ୍ରହ୍ମଗିରି : ଅନଲାଇନ ଗେମ୍ ଖେଳି କୋଟି ପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପୂରି ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆରା ଗ୍ରାମର ସୁକାନ୍ତ ପ୍ରଧାନ । ତାଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଫାରେ କାର୍ ପୁରସ୍କାର ସୋରୁପ ମିଳିଛି । ବର୍ତ୍ତମାନ ସୁକାନ୍ତଙ୍କ ପାଖକୁ ଏବେ ସାଙ୍ଗ ସାଥୀ ମାନଙ୍କ ଶୁଭେଛାର ସୁଅ ଛୁଟିଛି । ସୁକାନ୍ତ ଜଣେ କ୍ରିକେଟ ପ୍ରେମୀ ଓ ସେ ବହୁଦିନ ଧରି କ୍ରିକେଟ ଖେଳି ଆସୁଛନ୍ତି । ଅର୍ ଅଶ୍ୱନିଙ୍କୁ ସେ ଅଧିନାୟକ କରି ଖେଳି ଏହି ସଫଳତା ହାସଲ କରିଛନ୍ତି ।  ଏତେ ଗୁଡିଏ ଟଙ୍କା ସେ ଏକ କାଳୀନ ପାଉଥିବାରୁ ସେ କଣ କରିବେ ବୋଲି ପଚାରିବାରୁ ସେ କୁହନ୍ତି ତାଙ୍କର ବହୁତ ଗୁଡ଼ିଏ କରଜ ଅଛି । ତାକୁ ସୁଝିବେ ଓ କିଛି ଟଙ୍କା ସମାଜ କଲ୍ୟାଣ କାର୍ଯ୍ୟରେ ଲଗାଇବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ ଗତ କାଲି ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ଆଇପିଏଲ ଟକର ଚାଲି ଥିବା ବେଳେ ସୁକାନ୍ତ ପ୍ରାୟ ଚଉଦଟି ଟିମ୍ କରି ମାଇଁ ଏଲେଭେନ ସର୍କଲରେ ଖେଳିବା ଆରମ୍ଭ କରିଥିଲେ । ରାତି ପ୍ରାୟ ଏଗାରଟା ସମୟ ରେ ତାର ମାଇଁ ଏଲେଭେନ ସର୍କଲ ୱାଲ୍ଟାଟ ରେ ସେ ବିଜୟ ହୋଇ ଛନ୍ତି । ତାଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଫାରେ କାର୍ ପୁରସ୍କାର ସୋରୁପ ମିଳିଛି । ଖବର ପାଇବା ପରେ ସୁକାନ୍ତ ଭାବ ବିହୋଲିତ ହୋଇ ପଡିଛନ୍ତି ।

 

ଆହୁରି ପଢ଼ନ୍ତୁ :  ଆଜି ୧୨ଟି ଜିଲ୍ଲାରେ ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌, ଅପରାହ୍ଣ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌