ଧୂମଧାମରେ ପାଳିତ ହୋଇଯାଇଛି ଚିନ୍ଦାଗୁଡା ଗାଁରେ ମା ପେଣ୍ଡରାଣୀଙ୍କ ଶୁଲିଯାତ୍ରା ବେଶ

ନୂଆପଡା: ନୂଆପଡା ଚିନ୍ଦାଗୁଡା ଗାଁରେ ମା ପେଣ୍ଡରାଣୀଙ୍କ ଶୁଲିଯାତ୍ରା ବେଶ ଧୂମଧାମରେ ପାଳିତ ହୋଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଘଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମାଆଙ୍କ ଯାତ୍ରା ହୋଇଛି । ମାଁ ପେଣ୍ଡରାଣୀଙ୍କ ଶୁଲିଯାତ୍ରାକୁ ଦେଖିବା ପାଇଁ ନୂଆପଡା ସମେତ ପଡୋଶୀ ଜିଲ୍ଲାର ଶହ ଶହ ଭକ୍ତଙ୍କ ଭିଡ ଜମିଥାଏ ।

ଦେବୀଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନଗର ପରିକ୍ରମା କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଏ ଅବସରରେ ଚିନ୍ଦାଗୁଡା ଗ୍ରାମବାସୀ ମଧ୍ୟ ମନ୍ଦିର ପ୍ରାଙ୍ଗଣରେ ମାଁ ପେଣ୍ଡରାଣୀଙ୍କୁ ଧୂପଦ୍ୱିପ ଦେଇ ଶୋଡଷ ଉପଚାରରେ ପୂଜାର୍ଚ୍ଚନା କରନ୍ତି । ମାଁ ପେଣ୍ଡରାଣୀ ଦେବୀ ବହୁ ପ୍ରତ୍ୟେକ୍ଷ ହୋଇଥିବାରୁ ଯେକୌଣସି ମନସ୍କାମନା ନେଇ ଆସିଥିବା ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତମାନେ କହିଛନ୍ତି । ବିଶେଷକରି ମାଁ ପେଣ୍ଡରାଣୀଙ୍କ ଶୁଲିଯାତ୍ରାରେ ନିଃସନ୍ତାନ ଦମ୍ପତିମାନେ ଶହଶହ ସଂଖ୍ୟାରେ ଆସି ଦର୍ଶନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.