ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା, କୋଭିଡ୍‌ କଟକଣା ଭିତରେ ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ

ବଲାଙ୍ଗିର (କେନ୍ଯୁଜ୍): ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲାର ଖଇରଗୁଡ଼ା ଓ କୁମୁରିଆରେ ପାଳନ ହେବ ସୁଲିଆ ଯାତ୍ରା। ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ। କୋଭିଡ୍‌ କଟକଣା ଭିତରେ ପାଳନ କରାଯିବ ଏହି ଯାତ୍ରା । ପରମ୍ପରା ନାଁରେ ପଶୁବଳୀ ପାଇଁ ପସ୍ତୁତ ହୋଇଛନ୍ତି ଆଦିବାସୀ।

ତେବେ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯାଇଛି। ଅନ୍ଯପଟେ ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବେ । ଏଥର କୋଭିଡ କଟକଣା ପାଇଁ ମହୋତ୍ସବ ହେବ ନାହିଁ । ଦୋକାନ ବଜାର ମଧ୍ୟ ବନ୍ଦ ରହିବ। ସବୁ କିଛି ସୁରୁଖୁରୁରେ ଚାଲିବା ପାଇଁ ୪ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ୧୦ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.