ଆଜି ପୁଣି ହାଇକୋର୍ଟ ଆସିବେ ସୁମିତ ଓ ତପସ୍ୱିନୀ; ପାରିବାରିକ ବିବାଦର ହେବ କି ଆପୋସ ସମାଧାନ ?

ବ୍ରହ୍ମପୁର (କେନ୍ୟୁଜ): ଆଜି ପୁଣି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ଗତ ୯ ତାରିଖରେ ସୁମିତ-ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । କିନ୍ତୁ ଏହା ଅଧାରେ ଅଟକିଥିଲା। ଆଜି ଅପରାହ୍ନ ୪ଟାରେ ପୁଣି ବୁଝାସୁଝା କରାଯିବ। ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ ମାର୍ଚ୍ଚ ୩୧ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏପ୍ରିଲ ୧୩ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଡାକ୍ତର ସୁମିତଙ୍କୁ ସରକାରୀ କ୍ୱାର୍ଟର ମିଳିଛି । ସେହି ଘରେ ସୁମିତ ତପସ୍ୱିନୀଙ୍କୁ ନେଇ ରହିବାକୁ ତପସ୍ୱିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ବାହାରେ ଭଡ଼ା ଘର ନେଇ ପତି-ପତ୍ନୀ ରହିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହାସହ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.