ଏକାଠି ହେବେକି ସୁମିତ୍ ଓ ତପସ୍ୱିନୀ? ଆଜି ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହେବ ପାରିବାରିକ ବିବାଦର ଆପୋଷ ସମାଧାନ

କଟକ(କେନ୍ୟୁଜ୍): ଆଜି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହେବ ଏହି ପାରିବାରିକ ବିବାଦର ଆପୋଷ ସମାଧାନ। ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ ମାର୍ଚ୍ଚ ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏପ୍ରିଲ ୩୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କିନ୍ତୁ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଏପ୍ରିଲ ୯ରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସୁମିତ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କୁ ସରକାରୀ କ୍ୱାଟର ମିଳିଛି । ସେହି ଘରେ ସୁମିତ ତପସ୍ୱିନୀଙ୍କୁ ନେଇ ରହିବାକୁ ତପସ୍ୱିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ବାହାରେ ଭଡ଼ା ଘର ନେଇ ପତି-ପତ୍ନୀ ରହିବାକୁ ପୂର୍ବରୁ ଫେବୃଆରୀ ୨୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହା ସହିତ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ।

high court

ଭରଣପୋଷଣ ବାବଦକୁ ସୁମିତ ତପସ୍ୱିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବେ ବୋଲି ହାଇକୋର୍ଟ ସେହି ନିର୍ଦ୍ଦେଶନାମା ସ୍ପଷ୍ଟ କରିଥିବାବେଳେ ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଏକ ମାସ ପର୍ଯ୍ୟନ୍ତ ତପସ୍ୱିନୀ ସେହି ଘରେ ରହିବାକୁ କୋର୍ଟ ଅନୁମତି ଦେଇଥିବା ବେଳେ ଏକ ମାସ ମଧ୍ୟରେ ବାହାରେ ଘରଭଡା ନେଇ ସ୍ତ୍ରୀ ସହିତ ରହିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କିନ୍ତୁ ଆଜି ପର୍ଯ୍ୟନ୍ତ ତପସ୍ୱିନୀ ଶ୍ୱଶୁର ଘରେ ରହି ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.