କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଥମିବାର ନାଁ ନେଉଛି ସୁମିତ-ତପସ୍ୱିନୀ ବିବାଦ, ଜିଲ୍ଲାପାଳ ଦେଲେ ଏମିତି ଉପଦେଶ

ବ୍ରହ୍ମପୁର(କେନ୍ଯୁଜ୍): ଥମିବାର ନାଁ ନେଉଛି ସୁମିତ- ତପସ୍ୱିନୀ ବିବାଦ। କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ବିବାଦ ତୁଟିବାର ନାଁ ଧରୁନି। ଏପଟେ ଡାକ୍ତର ସୁମିତଙ୍କ ଘର ଆଗରେ ସ୍ତ୍ରୀ ତପସ୍ୱିନୀଙ୍କ ଧାରଣାକୁ ମାସେ ପୁରିଛି। ତେବେ ନ୍ୟାୟ ପାଇଁ ଗତ ମାସ ୨୦ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖିଥିଲେ ତପସ୍ୱିନୀ। ଏହି ମାମଲାରେ ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରାଜଭବନରୁ ଚିଠି ଜାରି କରାଯାଇଛି। ଘଟଣାର ତଦନ୍ତ କରି ଆବେଦନକାରୀଙ୍କ ସହ ରାଜଭବନକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି।

ଉଭୟଙ୍କୁ ବସାଇ କାଉନସେଲିଂ କରାଯିବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ । ଏହାରି ଭିତରେ ତପସ୍ୱିନୀଙ୍କ ଓକିଲ ବ୍ରହ୍ମପୁର SDJMଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍‌ କୋର୍ଟରେ କେ ପିଟିସନ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହି ଆବେଦନର ଶୁଣାଣି ହେବ। ସେପଟେ ସୁରକ୍ଷା ଦୃଷ୍ଟିରୁ ସୁମିତଙ୍କ ଘରେ ଆଗରେ ୧୪୪ ଧାରା ଜାରି ରହିଛି।

Leave A Reply

Your email address will not be published.