ଗ୍ରୀଷ୍ମପ୍ରବାହରେ ଲାଗିବ ବ୍ରେକ, ୬ ତାରିଖ ବେଳକୁ ୩ରୁ ୪ ଡିଗ୍ରୀ କମିବ ତାପମାତ୍ରା

ତାତିରୁ ମିଳିବ ଆଶ୍ବସ୍ତି । ଉପକୂଳ ଓଡ଼ିଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ କମିବ। ମାତ୍ର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଲାଗିରହିବ । ୬ ତାରିଖ ବେଳକୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଗ୍ରୀଷ୍ମପ୍ରବାହରେ ବ୍ରେକ ଲାଗିବ ।

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବ ଆଶ୍ବସ୍ତି । ଉପକୂଳ ଓଡ଼ିଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ କମିବ। ମାତ୍ର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଲାଗିରହିବ । ୬ ତାରିଖ ବେଳକୁ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଗ୍ରୀଷ୍ମପ୍ରବାହରେ ବ୍ରେକ ଲାଗିବ । ଲଗାତାର ୧୭ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ତ୍ରାହି ତ୍ରାହି ଡାକୁଥିବା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

ଏପ୍ରିଲରେ ୧୬ ଦିନ ଧରି ୪୦ ଡିଗ୍ରୀ ଉପରେ ରାଜଧାନୀ ତାପମାତ୍ରା ରେକର୍ଡ କରାଯାଇଛି । ଦକ୍ଷିଣ ଦିଗରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କ୍ରମାଗତ ଭାବେ ପ୍ରବେଶ କରୁଛି । ଏହାର ପ୍ରଭାବରେ ଗତକାଲି ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ଗତକାଲି ୪୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ୨୯ ସହରର ତାପମାତ୍ରା ରହିଥିଲା ୪୦ ଡିଗ୍ରୀ ଉପରେ ।

You might also like