ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା। ଅପ୍ରେଲ ୨୧ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡୀ କେନ୍ଦ୍ର ବନ୍ଦ ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଜୁନ ୧୭ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ଆବଶ୍ୟକ ପଡ଼ିଲେ ସେତେବେଳେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଅବସରକାଳୀନ ଶିକ୍ଷା ଦିଆଯାଇଛି । ସେଥିପାଇଁ ସିଲାବସ୍‌ କରାଯାଇଛି । ଛୁଟିରେ ପିଲା ସେସବୁ ପଢ଼ିବେ ଓ ଶିକ୍ଷକମାନେ ତଦାରଖ କରିବେ ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟାଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ରାଜ୍ୟର କେତେକ ସହରର ତାପମାତ୍ରା ଦେଶର ସର୍ବାଧିକ ତାପମାତ୍ରା ରହୁଥିବା ସହରମାନଙ୍କ ତାଲିକାରେ ରହୁଛି । ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Barsha

Recent Posts

ମୋହନ ସରକାର ଆସିବା ପରେ ଏବେ ଚର୍ଚ୍ଚାରେ କିଏ ହେବେ ନୂଆ DGP

ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ…

12 mins ago

ପୁଣି ଦେଖା ଗଲାଣି ଅଜଣା ରୋଗର ଆତଙ୍କ, ଚିନ୍ତାରେ ଗାଁ ଲୋକେ

ରାୟଗଡା(କେନ୍ୟୁଜ): ଗାଁ ସାରା ବ୍ୟାପିଯାଇଛି ଅଜଣା ରୋଗ । କେହି କିଛି ବୁଝିବା ପୂର୍ବରୁ ଶୂନ୍ୟ ହୋଇ ଯାଉଛି ମା’ର…

13 mins ago

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ନେବେ ଭାଗ

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି…

32 mins ago

BSNLର ଜବରଦସ୍ତ ରିଜାର୍ଜ ପ୍ଲାନ, ଲଙ୍ଗ୍‌ ଭାଲିଡିଟି ସହ ମିଳିବ ଅନଲିମିଟେଡ୍ କଲିଂ

ପ୍ରତ୍ୟେକ ୟୁଜର୍ସଙ୍କ ପାଇଁ BSNLର ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ଅଛି । ଦେଶର ସର୍ବ ପୁରାତନ ତଥା ସରକାରୀ…

35 mins ago

ଶପଥ ଗ୍ରହଣ ମଞ୍ଚରେ ନବୀନଙ୍କ ସହ କଥା ହେଲେ ମୋଦି, ହସି ହସି ମିଳାଇଲେ ହାତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସମେତ…

46 mins ago

NEETର ୧,୫୬୩ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍‌ ମାର୍କ ହେବ ରଦ୍ଦ, ପୁଣିଥରେ ଦେବାକୁ ପଡ଼ିବ ପରୀକ୍ଷା

ମେଡିକାଲ୍ ପ୍ରବେଶିକା ପରୀକ୍ଷା (NEET)ରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ମାର୍କ ରଦ୍ଦ ହେବ । କେନ୍ଦ୍ର ଏହି ସୂଚନା…

1 hour ago