Categories: ରାଜ୍ୟ

ସୁନାବେଶରେ ଝଟକୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି : ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଦର୍ଶନ ଦେଉଛନ୍ତି ମହାବାହୁ

ପୁରୀ : ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି । ସ୍ୱର୍ଣ୍ଣ ଅଳଙ୍କାରରେ ଝଟକୁଛନ୍ତି ଶ୍ରୀଜିଉ । ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ଆଭୂଷଣରେ ବିଭୂଷିତ ହୋଇଛନ୍ତି । ହରିଶୟନ ଏକାଦଶୀରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ । ମଧ୍ୟାହ୍ନ ଧୂପ ପରେ ଏହି ବେଶ ଆରମ୍ଭ ହୋଇଥିଲା । ଭଣ୍ଡାର ଘରୁ ଆସିଥିଲା ୧୩୮ ପ୍ରକାର ଅଳଙ୍କାର । ଶ୍ରୀପୟର, ଶ୍ରୀଭୁଜ, ରତ୍ନ କିରିଟି, କାନଫୁଲ, ମୁକୁଟ, ମୁଦି, ବାହୁଟି, ମୂଷଳ, ଚକ୍ର ଆଦି ଲାଗି ହୋଇଥିଲା । ଏହି ବେଶରେ ଶ୍ରୀଜିଉଙ୍କୁ ସଜ୍ଜିତ କରିଥିଲେ ପାଳିଆ ପୁଷ୍ପାଳକ, ମେକାପ, ଖୁଣ୍ଟିଆ ସେବକ ।

ଲକ୍ଷ ଲକ୍ଷ ଭକ୍ତ ସିଂହଦ୍ୱାର ଆଗରେ ରଥାରୂଢ଼ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲା ପ୍ରଶାସନ । ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବା ସହ ମୁତୟନ ହୋଇଛନ୍ତି ବ୍ୟାପକ ସୁରକ୍ଷାକର୍ମୀ ।

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ପ୍ରତିବର୍ଷ ଶ୍ରୀଜିଉମାନଙ୍କର ୨୦ଟି ବେଶ ଅନୁଷ୍ଠିତ ହୋଇଥାଏ । ସବୁଠୁ ଆକର୍ଷଣୀୟ ହେଉଛି ଏହି ରାଜରାଜାଧି ବେଶ ବା ସୁନାବେଶ । ବର୍ଷକୁ ୫ ଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । ଦଶହରା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ କାର୍ତ୍ତିକ ପୂର୍ଣ୍ଣିମାରେ ରତ୍ନସିଂହାସନରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥାଆନ୍ତି । ତେବେ ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ୍‌ ହରିଶୟନ ଏକାଦଶୀରେ ରଥ ଉପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ ।

ସେହିପରି ଭୁବନେଶ୍ୱର କିସ୍‌ ଶ୍ରୀବାଣୀ କ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଭିନ୍ନ ଅଳଙ୍କାର ଲାଗି କରାଯାଇଛି । ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଝଟକୁଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କୁ ସଂଧ୍ୟାରେ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଅଧରପଣା ନୀତି ଅନୁଷ୍ଠିତ ହେବ ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

14 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

29 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

40 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

51 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago