ପ୍ରଥମ ଥର ପାଇଁ ସିଂହ ସଂକ୍ରାନ୍ତିରେ ସୁନା ବେଶରେ ଦର୍ଶନ ଦେଲେ ମା ମାଟିଆ ମଙ୍ଗଳା

ରାଜନଗର(କେନ୍ଯୁଜ୍): ରାଜନଗର ବ୍ଲକର ଆରାଧ୍ୟ ଦେବୀ ମା ମାଟିଆ ମଙ୍ଗଳାଙ୍କୁ ପ୍ରଥମ ଥର ପାଇଁ ସୁନା ବେଶ କରାଯାଇଛି । ସିଂହ ସଂକ୍ରାନ୍ତି ଅବସରରେ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ଦାନରେ ମା’ଙ୍କୁ ସୁନାର ମୁକୁଟ, ନାକ, ଚକ୍ଷୁ, ଅର୍ଦ୍ଧଚନ୍ଦ୍ର, ବେଲପତ୍ର ଓ ଦୁଇଟି ସୁନା ହାରରେ ସଜିତ କରାଯାଇଥିଲା ।

ପ୍ରଥମେ ପୂଜକମାନେ ମାଙ୍କୁ ମହାସାନ୍ନ କରାଇ ଷୋଡଶ ଉପଚାରରେ ପୂଜା କରିଥିଲେ । ମାଙ୍କର ଏହି ପ୍ରଥମ ସୁନାବେଶ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟିଥିଲା ।

ଅନ୍ୟପଟେ କୋଭିଡ କଟକଣାକୁ ଆଖି ଆଗରେ ରଖି ମନ୍ଦିର କମିଟି ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିଲା । ସେପଟେ ଦୀର୍ଘ ଦିନ ପରେ ମା’ଙ୍କୁ କୋଭିଡ କଟକଣା ଭିତରେ ସୁନାବେଶରେ ଦର୍ଶନ କରି ଭକ୍ତମାନେ ଭାବ ବିହ୍ଵଳ ହୋଇପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.