ନୂଆବର୍ଷ ଅବସରରେ ଘଟଗାଁ ମାଆ ତାରିଣୀଙ୍କ ସୁନାବେଶ, କଟକଣା ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତ

କେନ୍ଦୁଝର(କେନ୍ଯୁଜ୍):କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମାଆ ତାରିଣୀଙ୍କ ପୀଠରେ ଆଜି ନୂଆବର୍ଷ ଅବସରରେ ମାଆଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ସକାଳୁ ଯଥା ନୀତି ଅନୁସାରେ ମାଙ୍କ ପୀଠରେ ମାର୍ଜଣା,ମଙ୍ଗଳ ଆଳତି,ଷୋଡଶ ଉପଚାରରେ ପୂଜା ହେବା ସହ ମାଆଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା।

କୋଭିଡ କଟକଣା ପାଇଁ ଚଳିତ ବର୍ଷ ମନ୍ଦିର ବନ୍ଦ ଥିବାରୁ ଭକ୍ତମାନେ ମାଙ୍କ ସୁନାବେଶ ଦର୍ଶନ ପାଇବାରୁ ବଞ୍ଚିତ ରହି ନିରାଶ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.