ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଇବା ଘଟଣା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ। ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ଘଟଣାର ନିଆଗଲା କାର୍ଯ୍ଯାନୁଷ୍ଠାନ। ଏନେଇ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଳମ୍ବନ କରାଯାଇଛି । ବୀରମିତ୍ରପୁର ଅଞ୍ଚଳରେ ୧୩ବର୍ଷିଆ ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସହ ଅନ୍ୟ ତିନିଜଣ ବାରମ୍ବାର ଦୁଷ୍କର୍ମ କରିବା ନେଇ ମାମଲା ରୁଜୁ ହୋଇଥିଲା । ଏହି ଲୋମହର୍ଷକ ଘଟଣାରେ ବୀରମିତ୍ରପୁର ଥାନାଧିକାରୀଙ୍କ ସମେତ ୬ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ସେପଟେ ବେଆଇନ ଗର୍ଭପାତ କରାଇଥିବା ଡାକ୍ତର ଫେରାର। ତାଙ୍କର କୌଣସି ପତ୍ତା ମିଳୁନି । ନାବାଳିକା ନିଜ ବୟାନରେ ଘଟଣା ସଂପର୍କରେ ସ୍ପଷ୍ଟ କରିଥିଲେ ମଧ୍ୟ ବାରମ୍ବାର ଜେରା କରାଯାଉଥିବାରୁ ଏହାକୁ ନିନ୍ଦା କରାଯାଇଛି । ନାବଳିକାଙ୍କ ଗର୍ଭପାତ ପରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଜୁନ ୧୫ ତାରିଖରେ ନାବାଳିକାକୁ ବୀରମିତ୍ରପୁର ଥାନାଧିକାରୀ ସିଡବ୍‌ଲ୍ୟୁସିକୁ ହସ୍ତାନ୍ତର କରିଥିଲେ । ନାବାଳିକାଙ୍କ ଚିକିତ୍ସା ପରେ ତାଙ୍କୁ ରାଉରକେଲାର ସଖା ଓ ପରେ ଦୀଶାରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.