ଧରାପଡ଼ିଲା ସୁନ୍ଦରୀ : ସାତକୋଶିଆ ମଝିପଡ଼ା ଜଙ୍ଗଲରେ ରହିଥିଲା ଲୁଚି

ଅନୁଗୁଳ(କେନ୍ଯୁଜ୍) : ବହୁ କଷ୍ଟ ପରେ ଆଜି ଶେଷକୁ ଧରାପଡିଲା ସୁନ୍ଦରୀ । ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା ସୂଚନା ମିଳିଛି। ସାତକୋଶିଆ ମଝିପଡ଼ା ଜଙ୍ଗଲରେ ଥିଲା ସୁନ୍ଦରୀ। ତାକୁ ଧରିବା ପାଇଁ ଡେରାଡୁନରୁ ଆସିଥିଲେ ଓ୍ଵାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବିଶେଷଜ୍ଞ । ସୁନ୍ଦରୀକୁ କାବୁ କରିବା ପାଇଁ କୁମକି ହାତୀ ଯଶୋଦା ପିଠିରେ ବସି ବିଶେଷଜ୍ଞ ଟିମ ଟ୍ରାଙ୍କୁଲାଇଜ କରିବାକୁ ଅଭିଯାନ ଚଲାଇତିଲେ।

ଆପଣଙ୍କ ସୂଚନା ପାଇଁ, ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ କିଛି ଦିନ ପୂର୍ବେ ଅପରେସନ ଆରମ୍ଭ ହୋଇଥିଲା । କୁମକି ହାତୀ ଯଶୋଦା ପିଠିରେ ବସି ବିଶେଷଜ୍ଞମାନେ ସୁନ୍ଦରୀ ତଲାସରେ ବାହାରିଥିଲେ । ଏଥିପାଇଁ ଚନ୍ଦକାରୁ ତାଲିମପ୍ରାପ୍ତ ହାତୀ ଯଶୋଦା ସହ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ସାତକୋଶିଆକୁ ଅଣାଯାଇଥିଲା ।

sundari 1

ଖାଲି ତାହା ନୁହଁ,  ଏହା ପୂର୍ବରୁ ସୁନ୍ଦରୀକୁ ଧରିବା ପାଇଁ ରାଜ୍ୟ ସମେତ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ୍ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବିଶେଷଜ୍ଞ ଟିମ୍ ଫେଲ୍ ମାରିଥିଲେ । ଅନେକ ଦିନ ହେଲା ସମସ୍ତଙ୍କୁ ନାକେଦମ୍ କରିଥିଲା ବାଘୁଣୀ । ଖାଲି ତାହା ନୁହଁ କିଛି ସ୍ଥାନିୟ ଲୋକଙ୍କୁ ଆହାତ କରିଥିବା ମଧ୍ୟ ଜଣାପଡ଼ିଥିଲା।

ଏଣୁ ଶେଷରେ କୁମକୀ ହାତୀର ସହାୟତା ନିଆଯାଇଥିଲା। ବାଘୁଣୀ ଏବେ ସାତକୋଶିଆ ପୁରୁଣାକୋର୍ଟ ରେଞ୍ଜର ମଝିପଡ଼ା ଜଙ୍ଗଲରେ ଧରାପଡ଼ିଛି। ହାତୀ ପିଠିରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବେ ବିଶେଷଜ୍ଞ ଦଳ ଧରିଛନ୍ତି ।

ସାତକୋଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ କାହ୍ନାରୁ ମହାବଳ ବାଘ ମହାବୀର ଓ ବାନ୍ଧବଗଡ଼ରୁ ଅଣାଯାଇଥିଲା ବାଘୁଣୀ ସୁନ୍ଦରୀ । ସାତକୋଶିଆ ହାତୀବାରିରେ ମହିଳା କୈଳାସୀ ସଏ ଓ ଟାଇଁସିର ତ୍ରିନାଥ ସାହୁଙ୍କ ସହ ଗୃହପାଳିତ ପଶୁଙ୍କର ବାଘୁଣୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ ନେଇ ପ୍ରକାଶ ପାଇଥିଲା ଉତ୍ତେଜନା । ଉତ୍ତ୍ୟକ୍ତ ଲୋକେ ଲଙ୍କାକାଣ୍ଡ ଘଟାଇବା ସହ ରାସ୍ତାରୋକ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସୁନ୍ଦରୀ ଧରା ମିଶନ ।